Site icon Odisha.com

ରେଳବାଇ କ୍ଷେତ୍ରରେ ଓଡିଶାକୁ ଅବହେଳାର ପ୍ରତିବାଦ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୨୦(ଓଡ଼ିଶା ଡ଼ଟ୍ କମ୍) –ରେଳବାଇ କ୍ଷେତ୍ରରେ ଓଡିଶାକୁ ବାରମ୍ବାରର ଅବହେଳା ପ୍ରତିବାଦରେ ଆଜି ବିଜେଡି ବିଧାୟକମାନଙ୍କର ଏକ ପ୍ରତିନିଧିଦଳ ରାଜ୍ୟପାଳ ଶ୍ରୀ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରିଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ଏହି ପ୍ରତିନିଧି ଦଳରେ ବହୁ ବିଧାୟକ ଓ କର୍ମୀମାନେ ସାମିଲ ହୋଇଛନ୍ତି । ଓଡିଶାପାଇଁ କେନ୍ଦ୍ରର ବରାଦ ମୁତାବକ କେନ୍ଦ୍ରର ଅନୁଦାନ ଅର୍ଥକୁ ବିଭିନ୍ନ ସମୟରେ କାଟିନେଇଥିବା ଅର୍ଥକୁ ପୁର୍ନବାର ଫେରାଇବାକୁ ଏହି ବିଧାୟକମାନେ ଦାବି କରିଛନ୍ତି ।

୨୦୧୨ ରେଳ ବଜେଟରେ ଓଡିଶା ପାଇଁ ୭୨୩କୋଟି ଟଙ୍କା ବରାଦ ହୋଇଥିଲା ତେବେ ଏଥିରୁ ଗତ ଜୁନ ମାସରେ ୧୮୬କୋଟି ଟଙ୍କା ଓ ପରେ ସେପ୍ଟେମ୍ବରରେ ୩୪ କୋଟି ଟଙ୍କା କାଟିଦିଆ ଯାଇଥିଲା ।

ଓଡଶାପାଇଁ ଏବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ୨୩୪୫କୋଟି ଟଙ୍କା ଦାବି କରା ଯାଇଥିଲା ହେଲେ କେନ୍ଦ୍ର ସରକାର ୭୨୩ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ ।

କିନ୍ତୁ ଏହି ଅର୍ଥରୁ ଦୁଇଟି ପର୍ଯ୍ୟାୟରେ ୨୨୦କୋଟି ଏଥିରୁ ଟଙ୍କା କାଟି ଦେଇଛନ୍ତି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ ପ୍ରତିବାଦ କରି ରେଳମନ୍ତ୍ରୀ ଡ.ସି.ପି.ଯୋଶୀଙ୍କୁ ଚିଠି ଲେଖିଥିଲେ ।

ଓଡିଶାର ଯେଉଁ ଶିଳ୍ପର ଅବିବୃଦ୍ଧି ହୋଇଛି,ବନ୍ଦରର ସମ୍ଭାବନା ସୃଷ୍ଟି ହୋଇଛି ଏହି କାଟିଦେବା ଫଳରେ ତାହା ବାଧାପ୍ରାପ୍ତ ହେବ ବୋଲି ଯୁବ ବିଜେଡି ସଂଭାପତି ସଂଜୟଦାସ ବର୍ମା ଓଡିଶା ଡ଼ଟ୍ କମ୍ କୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version