Site icon Odisha.com

ପିପିଲି ବଳାତ୍କାର: ଡିଜିପି, ବିଧାୟକ ମହାରଥୀଙ୍କ ସତ୍ୟପାଠ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୩୧(ଓଡ଼ିଶା ଡ଼ଟ୍ କମ୍) – ବୁଧବାର ଦିନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ଓ ପିପିଲି ବିଧାୟକ ପ୍ରଦୀପ ମହାରଥୀ ପିପିଲି ଗଣ ବଳାତ୍କାର ଓ ହତ୍ୟା ଘଟଣାରେ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ପିକେ ମହାନ୍ତି କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି ।

ଏଥିରେ ବେବିନାଙ୍କ ଶବ ସସ୍କାରର ବିଳମ୍ବର କାରଣ ଓ ଅନ୍ୟାନ୍ୟ ବିଷୟରେ ଦର୍ଶାଯାଇଛି । ସତ୍ୟପାଠ ଦାଖଲ କରିବାରେ ବିଳମ୍ବ କରୁଥିବାରୁ କମିଶନ ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିବା ପରେ ଏହି ସତ୍ୟପାଠ ଦାଖଲ ହୋଇଛି । ଏହି ଦୁଇଟି ସତ୍ୟପାଠ ପରେ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠର ସଂଖ୍ୟା ୬୫ରେ ପହଞ୍ଚିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version