Site icon Odisha.com

ଏୟାର ଇଣ୍ଡିଆ ଭୁବନେଶ୍ୱରରୁ ବନ୍ଦ କରିବ ଦୁଇଟି ବିମାନ ସେବା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୩ (ଓଡ଼ିଶା ଡ଼ଟ୍ କମ୍)–ଏୟାର ଇଣ୍ଡିଆ ନଭେମ୍ବର ୫ ତାରିଖରୁ ଭୁବନେଶ୍ୱରରୁ ୨ଟି ବିମାନ ଚଳାଚଳ ବନ୍ଦ କରିବ । ଭୁବନେଶ୍ୱର-କୋଲକାତା ଏ-୧-୭୬୮/୭୭୦ ଓ ଭୁବନେଶ୍ୱର ଚେନାଇ ଏ-୧-୫୩୭ର ଉଡାଣ ବନ୍ଦ ହେବ ।

ଏ ସଂପର୍କରେ ଟ୍ରାଭଲ ଏଜେ ଆସୋସିଏସନକୁ ସୂଚନା ଦିଆଯାଇଛି । ଆସୋସିଏସନ ଏୟାର ଇଣ୍ଡିଆର ଏହି ନିସ୍ପତିକୁ ବିରୋଧ କରିଛି ।

ନିସ୍ପତିର ପୁର୍ନର ବିଚାର କରାଯାଉ ବୋଲି ଓଡିଶା ଟ୍ରାଭେଲ ଏଜେ ଆସୋସିଏସନ ଦାବି କରିଛି ନଚେତ ଏହା ଦ୍ୱାରାରାଜ୍ୟ ପର୍ଯ୍ୟଟନ ଶିଳ୍ପର କ୍ଷତି ହେବ ।

ଭୁବନେଶ୍ୱରକୁ ଆର୍ନ୍ତଜାତୀୟ ବିମାନ ବନ୍ଦରରେ ପରିଣତ କରିବା ପାଇଁ ଦାବି ହେଉଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ବିମାନସେବା ବନ୍ଦ ହୋଇଛାଲିଛି । ଏୟାର ଇଣ୍ଡିଆର ଏହି ପଦକ୍ଷେପ ଶକ୍ତ ଧକ୍କାବୋଲି ବିବେଚନା କରାଯାଉଛି ।

ପୂର୍ବରୁ ଏୟାର ଇଣ୍ଡିଆ ହାଇଦ୍ରାବାଦ ଓ ରାୟପୁରକୁ ଉଡାଣ ବନ୍ଦ କରିଥିଲା । ୨ବର୍ଷତଳେ ଭୁବନେଶ୍ୱର – ଚେନ୍ନାଇ -ବିଶାଖାପାଟଣାକୁ ଚଳାଚଳ କରୁଥିବା ବିମାନକୁ ମଧ୍ୟ ବନ୍ଦ କରିଦିଆ ଯାଇଛି ।

ସେହିପରି ଘୋର ଆର୍ଥିକ ସଂକଟ ଦେଇ ଗତିକରୁଥିବା କିଂଗ ଫିସର ମଧ୍ୟ ଭୁବନେଶ୍ୱରରୁ ଦିଲ୍ଲୀ, ବାଙ୍ଗାଲୋର, କଲିକତା ଓ ମୁମ୍ବାଇକୁ ବିମାନ ଚଳାଚଳ ବନ୍ଦ କରିଦେଇଛି । ଜେଟ୍ ଏୟାରୱେଜ ଦିଲ୍ଲୀକୁ ଚଳାଚଳ କରୁଥିବା ବିମାନକୁ ବନ୍ଦ କରିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version