Site icon Odisha.com

ଓକିଲଙ୍କ କାର୍ଯବନ୍ଦ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯରେ ବାଧା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୮(ଓଡ଼ିଶା ଡ଼ଟ୍ କମ୍)-ଆଇନଜୀବି କଲ୍ୟାଣ ପାଣ୍ଠିକୁ ଅନୁଦାନ ଦେବାରେ ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରି ରାଜ୍ୟ ଓକିଲ ସଂଘ ଡାକରାରେ ଆଇନଜୀବିମାନେ ଆଜିଠାରୁ ଦୁଇ ଦିନିଆ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏଥିଯୋଗୁଁ ସାରା ରାଜ୍ୟରେ କୋର୍ଟ କାର୍ଯ ବାଧାପ୍ରାପ୍ତ ହୋଇଛି ।

ବାର କାଉନ୍ସିଲ ଅଫ ଓଡିଶାର ଅଧ୍ୟକ୍ଷ ଗୋପାଳକୃଷ୍ଣ ମହାନ୍ତି କହିଛନ୍ତି ସେମାନଙ୍କ ଦାବୀ ପ୍ରତି ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟ ଶାସନ ସଚିବ କେହିବି ଧ୍ୟାନ ଦେଉନାହାଁନ୍ତି । ବିଭିନ୍ନ ସମୟରେ ଆମେ ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରିଛୁ କିନ୍ତୁ କିଛି ଫଳ ହେଉନାହିଁ । ସରକାର ଶୀଘ୍ର ନିସ୍ପତି ନନେଲେ ବିଧାନସଭା ଘେରାଉ କରିବାକୁ ଧମକ ଦେଇଛି ସଂଘ ।

ପ୍ରଥମ ଦିନରେ କଟକର ସମସ୍ତ ବାରରେ ଓକିଲମାନେ ଅନୁପସ୍ଥିତ ରହିବା ସହ କ୍ରୀମିନାଲ ବାର ଆସୋସିଏସନ ଆଗରେ ଆନ୍ଦୋଳନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version