Site icon Odisha.com

ପର୍ଯ୍ୟଟକଙ୍କ ଲାଗି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାରିପଦା, ନଭେମ୍ବର ୯(ଓଡ଼ିଶା ଡ଼ଟ୍ କମ୍)-ପର୍ଯ୍ୟଟକଙ୍କ ଲାଗି ଶୁକ୍ରବାର ଦିନ ଠାରୁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ଆଗରୁ କେବଳ ଏଠାରେ ହାତୀ ମାନଙ୍କୁ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ହାତୀ ପିଠିରେ ବସିବାର ସୁଯୋଗ ନେଇ ପାରିବେ ।

ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଶୀତଋତୁରେ ଅଧିକ ପର୍ଯ୍ୟଟକ ଆସୁଥିବାରୁ ଅଭୟାରଣ୍ୟ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କତୃପକ୍ଷକଙ୍କ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ପର୍ଯ୍ୟଟକମାନେ ଅଭୟାରଣ୍ୟକୁ ବାରିପଦା ପଟୁ ପିଠାପଟା ଗେଟ, ଯଶୀପୁର ପଟୁ ଜାମୁଆଣି ଗେଟଦେଇ ଯିବାଆସିବା କରିପାରିବେ । ସକାଳ ୬ ଟାରୁ ୯ ଟା ପର୍ଯ୍ୟନ୍ତ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବା ପାଇଁ ଗେଟ୍ ଖୋଲା ରହିବ । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ଗାଡିରେ ଜଣେ ଜଣେ ଗାଇଡ ରହିବେ ।

ନିକଟରେ ଯୋରନ୍ଦା,ବରେଇପାଣି ଭଳି ଜଳପ୍ରପାତ ଏବଂ ଗୁଡୁଗୁଡିଆ ଠାରେ ବିଭିନ୍ନ ପଶୁପକ୍ଷୀଙ୍କୁ ଦେଖିବାର ସୁଯୋଗ ପାଇ ପାରିବେ । ପର୍ଯ୍ୟଟକଙ୍କ ରହଣି ପାଇଁ ଗୁଡୁଗୁଡିଆ,ଯାମୁଣିଆ ଓ ରାମତୀର୍ଥ ଠାରେ ବ୍ୟବସ୍ଥା ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version