Site icon Odisha.com

ମହିଳା କମିଶନଙ୍କ ରିପୋର୍ଟକୁ ଓମସାର ପ୍ରତିବାଦ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ନଭେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)-ପୁରୀ ଜିଲ୍ଲା କଣାସ ସିଏଚସିର ଆୟୁଷ ଡାକ୍ତର ମାଧବୀଲତା ପ୍ରଧାନଙ୍କ ମୃତ୍ୟୁ ଘଟଣାରେ ମହିଳା କମିଶନର ଅଧ୍ୟକ୍ଷା ଶୁକ୍ରବାର ଦିନ ଯେଉଁ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ ତାହାର ପ୍ରତିବାଦ କରିଛି ଓମସା ପୁରୀ ଶାଖା ।

ଶନିବାର ଦିନ ଓମସାର ପୁରୀ ଶାଖା ତରଫରୁ ପୁରୀ ଠାରେ ଏକ ବୈଠକ ବସିଥିଲା । ମହିଳା କମିଶନଙ୍କ ରିପୋର୍ଟରେ ମାଧବୀଙ୍କର ପୁରୀ ସିଡିଏମଓ ବେଆଇନ ଭାବେ ରେବଣା ନୁଆଗାଁ ସିଏଚସିରୁ କଣାସକୁ ବଦଳି କରିଥିଲେ । ଏହାକୁ ନେଇ ସେ ମାନସିକ ଚାପରେ ଥିଲେ । ତେଣୁ ପୁରୀ ସିଡିଏମଓ ଏଥିପାଇଁ ଦାୟୀ ।

ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯିବା ଲାଗି ମହିଳା କମିଶନ ତାଙ୍କ ରିପୋର୍ଟରେ ସରକାରଙ୍କୁ ସୁପାରିଶ କରିଥିବାରୁ ଅଥିରେ ଅସନ୍ତୋଷ ପ୍ରକାଶ କରାଯାଇ ବୈଠକ ଡକାଯାଇଥିଲା ।

ଏହି ବୈଠକପରେ ଓମସା କମକର୍ତା ରାମଚନ୍ଦ୍ର ରାଉତ କହିଛନ୍ତି ଯେ ଏ ସଂପର୍କରେ ଓଡିଶା ହାଇକୋର୍ଟରେ ବିଚରାଧିନ ରହିଛି ଏବଂ କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ କରୁଛି । ତେବେ ତଦନ୍ତ ପ୍ରକ୍ରୀୟା ଚାଲୁ ରହିଥିବା ବେଳେ ହଠାତ କେଉଁ ଆଧାରରେ ମହଳା କମିଶନ ପୁରୀ ସିଡିଏମଓ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ କଲେ ବୋଲି ଓମ୍ସା ପ୍ରଶ୍ନ ଉଠାଇଛି ।

ମହିଳା କମିଶନଙ୍କର ଏହି ରିପୋର୍ଟକୁ ନେଇ ବିବାଦ ମୁଣ୍ଡ ଟେକିଛି । ମାଧବୀଙ୍କ ମୃତ୍ୟୁର ରହସ୍ୟକୁ ଉନ୍ମୋଚନ କରିବା ଲାଗି ସରକାର ତୀବ୍ର ବିରୋଧର ସମ୍ମୁଖୀନ ହେବାରୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ ।

କ୍ରାଇମବ୍ରାଞ୍ଚ ପୁଲିସ ଏହି ରହସ୍ୟମୟ ଘଟଣାର ଅନୁଧ୍ୟାନ କରିବାକୁ ଯାଇ ମୃତଦେହ ଖୋଜିବାରେ କୂଳ କିନାରା ପାଉ ନ ଥିବାବେଳେ ମହିଳା କମିଶନଙ୍କ ରିପୋର୍ଟ ପୁଣି ଘଟଣାକୁ ଅଧିକ ସରଗରମ କରିପକାଇଛି ।

ବିଧାୟକ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କ୍ଲିନ ଚିଟ ଦେବା ଲାଗି ଏହି ଏକତରଫା ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ମହିଳା କଂଗ୍ରେସର ସଭାନେତ୍ରୀ ବିଜୟଲକ୍ଷ୍ମୀ ସାହୁ ।

ଓଡ଼ିଶା ଡ଼ଟ୍ କମ୍

Exit mobile version