Site icon Odisha.com

ଓଡ଼ିଶା ପ୍ରତିଭାଙ୍କୁ ଲିଭିଂ ଲିଜେଣ୍ଡ୍ ଆୱାର୍ଡ ପ୍ରଦାନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍)-ଓଡ଼ିଶାର ନ୍ୟୁଜ୍ ପୋର୍ଟାଲ୍ ଓଡ଼ିଶା ଡାଏରୀର ସପ୍ତମ ପ୍ରତିଷ୍ଠା ଦିବସ, ୧୦ ନଭେମ୍ବର ଜୟଦେବ ଭବନ, ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ।

ଏହି ଉତ୍ସବରେ ସମାଜର ବିଭିନ୍ନ ବର୍ଗର ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ଅଗ୍ରଣୀ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଛି । ଏହି ପୁରସ୍କୃତ ବ୍ୟକ୍ତିମାନଙ୍କ ମଧ୍ୟରେ ରହିଛନ୍ତି ସମାଜସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ବୁର୍ଗୁ ଚିତିଅମା, ବିଜନେସ୍ ଲିଡରସିପ୍ ରେ ଉତ୍କର୍ଷତା ପାଇଁ ଡକ୍ଟର ସନ୍ତୃପ୍ତ ମିଶ୍ର, କର୍ପୋରେଟ୍ ସୋସିଆଲ୍ ରେସ୍ପନସିବିିଲିଟି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଟାଟା ଷ୍ଟିଲ ।

ଓଡ଼ିଶା ଡାଏରୀ ଲିଭିଂ ଲିଜେଣ୍ଡ୍ ଆୱାର୍ଡ ୧୪ଟି ବର୍ଗରେ ୧୩ ଜଣ ପ୍ରତିଭାବାନ୍ ବ୍ୟକ୍ତି ଓ ଗୋଟିଏ କର୍ପୋରେଟ୍ ହାଉସକୁ ପ୍ରଦାନ କରୁଅଛି । ରଶ୍ମି ରଞ୍ଜନ ପରିଡ଼ା, ଓଡ଼ିଶା ଡାଏରୀର ଏଡିଟର ଇନ୍ ଚିଫ୍ କହିଛନ୍ତି ଯେ ଓଡ଼ିଶା ଡାଏରୀ ବହୁ ବାଧାବିଘ୍ନ ଅତିକ୍ରମ କରି, ଦୀର୍ଘ ଯାତ୍ରା କରି, ଆଜି ଏହି ସ୍ଥାନରେ ପହଞ୍ଚିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version