Site icon Odisha.com

ଜଗତସିଂପୁର ବିଧାୟକଙ୍କୁ ହତ୍ୟା ଧମକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଜଗତସିଂପୁର,ନଭେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍)-ଜଗତସିଂପୁର ବିଧାୟକ ବିଷ୍ଣୁ ଦାସଙ୍କୁ ଫୋନରେ ହତ୍ୟା ଧମକ ଆସିଥିବା ବିଧାୟକ ନାଉଗାଁ ଥାନାରେ ଏତଲା ଦେଇଛନ୍ତି ।

ଗତକାଲି ରାତ୍ରୀରେ ସେ ନାଉଗାଁ କାଳୀ ମନ୍ଦିରରେ ପୂଜା କରୁଥିବା ବେଳେ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା । ଫୋନରେ କେହି ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ଏବଂ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିଥିଲେ ବୋଲି ବିଧାୟକ ଅଭିଯୋଗ କରିଛନ୍ତି ।

ଏହା ଏକ ଷଡଯନ୍ତ୍ର । କିଛି ଲୋକ ଇର୍ଷାନ୍ୱିତ ହୋଇ ଏ ଭଳି କାମ କରୁଛନ୍ତି ବୋଲି ଦାସ କହିଛନ୍ତି । ଏ ଘଟଣାକୁ ନେଇ ସେ ଜଗତସିଂପୁର ଏସ୍ପିଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ବିଜୁ ପଟ୍ଟନାୟକ ହେଲ୍ପ ଲାଇନ ନାମକ ଏକ ସଂସ୍ଥାରେ ଦାସ ସଭାପତି ଅଛନ୍ତି । ଏହି ସଂସ୍ଥାର ଏକ ଆମ୍ବୁଲାନ୍ସ ଗତକାଲି ରାତିରେ କଟକ ଯିବା ବାଟରେ ତା ଉପରେ କେହି ଅଜଣା ବ୍ୟକ୍ତି ଆକ୍ରମଣ କରିଛନ୍ତି ।

ଜଗତସିଂପୁର ଏସ୍ ପି ସତ୍ୟବ୍ରତ ଭୋଇ କହିଛନ୍ତି ଏ ଘଟଣାର ଅନୁସନ୍ଧାନ ଚାଲିଛି । ସେହି ଫୋନ କଲଟି କେଉଁ ଫୋନରୁ ଆସିଥିଲା ଓ କିଏ କରିଥିଲା ତାହାର ତଦନ୍ତ ଚାଲିଛି । ଦିନେ ଦୁଇ ଦିନ ଭିତରେ ସଂପୂର୍ଣ୍ଣ ଘଟଣାର ପର୍ଦ୍ଧାଫାଶ ହୋଇଯିବ ବୋଲି ଏସ୍ପି କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version