Site icon Odisha.com

ଶିକ୍ଷା ସହାୟକ ତାଲିକା ବିରୋଧରେ କନ୍ଧମାଳ ବନ୍ଦ, ଜୀବନଯାତ୍ରା ପ୍ରଭାବିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କନ୍ଧମାଳ,ନଭେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍)-କନ୍ଧମାଳ ଜିଲ୍ଲାରେ ଶିକ୍ଷା ସହାୟକ ନିଯୁକ୍ତି ପାଇଁ ପ୍ରକାଶିତ ଚୁଡାନ୍ତ ପ୍ରାର୍ଥି ତାଲିକାକୁ ବିରୋଧ କରି ଆଜି ସକାଳ ଠାରୁ ଦୁଇ ଦିନିଆ ବନ୍ଦ ପାଳନ କରୁଛି ମିଳିତ କ୍ରୀୟାନୁଷ୍ଠାନ କମିଟି ।

ଏହି ବନ୍ଦ ଯୋଗୁଁ ସମ୍ପୂର୍ଣ୍ଣ କନ୍ଧମାଳ ଠପ୍ ହୋଇଯାଇଛି । ସହରରେ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ଫୁଲବାଣୀରୁ ରାୟଗଡା ଓ ଭୁବନେଶ୍ୱରକୁ ମଧ୍ୟ ଗାଡିଚଳାଚଳ ବନ୍ଦ ରହିଛି । ଏହା ଦ୍ୱାରାସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ଫୁଲବାଣୀ ସମେତ ଟିକାବାଲି, ରାଇକିଆ ଆଦି ଅଞ୍ଚଳରେ ମଧ୍ୟ ବନ୍ଦର ପ୍ରଭାବ ପଡିଛି । ଏଠାରେ ମଧ୍ୟ ଦୋକାନ ବଜାର ବନ୍ଦ ହେବାସହ ଗାଡି ଚଳାଚଳ ବନ୍ଦ ରହିଛି ।

ମିଳିତ କ୍ରୀୟାନୁଷ୍ଠାନ କମିଟିର ସଂପାଦକ କହିଛନ୍ତି ଆମ ଜିଲ୍ଲାର ପ୍ରାଥି ର୍ମାନଙ୍କୁ ଅବହେଳା କରାଯାଇ ବାହାର ଜିଲ୍ଲାରପ୍ରାଥି ର୍ମାନଙ୍କୁ ଅଗ୍ରାଧିକାର ଦିଆଯାଇ ଶିକ୍ଷା ସହାୟକ ରୂପେ ନିଯୁକ୍ତି ଦିଆଯାଉଛି । ତାକୁ ଆମେ ଦୃଢ ବିରୋଧ କରୁଛୁ । ଏଥିପାଇଁ ଆମେ ବନ୍ଦ ପାଳନ ପାଇଁ ଆହ୍ୱାନ ଦେଇଥିଲୁ ।

ଆଜିର ଏହି ବନ୍ଦ ପାଳନକୁ ଦେଖିଲେ ନିଶ୍ଚୟ ଅନୁଭବ କରିପାରିବେ ଯେ, ଜିଲ୍ଲାବାସୀ ଏହାକୁ ସଂପୂର୍ଣ୍ଣ ରୂପେ ସହଯୋଗ କରିଛନ୍ତି । ସାରା ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ ଚାଲିଛି ।

ଆଗାମୀ ଦିନରେ ମଧ୍ୟ ଆମ ପ୍ରତି ଜନସମର୍ଥନ ରହିବ । ଆମେ ଆମ ଦାବିରେ ସଫଳ ହେବୁ ବୋଲି ସେ ପ୍ରକାଶ କରିଛନ୍ତି । କନ୍ଧମାଳର ଅତିରିକ୍ତ ଏସ୍ପି ଜିସି ମଲ୍ଲିକ କହିଛନ୍ତି ଯେ, ଏ ବନ୍ଦ ହେଉଛି ଅଗଣତାନ୍ତ୍ରୀକ । ଆମେ ଏ ବିଷୟରେ ତାଙ୍କୁ ନୋଟିସ ପଠାଇଛୁ । ଆମେ ସାଧାରଣ ଜନତାଙ୍କୁ ଅନୁରୋଧ କରୁଛୁ ଏହି ଇଲିଗାଲ ବନ୍ଦକୁ ସମର୍ଥନ କରନ୍ତୁ ନାହିଁ । ଏଥିସହିତ ଆମେ ବ୍ୟାପକ ପୋଲିସ ବ୍ୟବସ୍ଥା ମଧ୍ୟ କରିଛୁ ।

ଓଡ଼ିଶା ଡ଼ଟ୍ କମ୍

Exit mobile version