Site icon Odisha.com

୧୦ ଦିନ ପାଇଁ ଗ୍ରାମାଞ୍ଚଳ ପରିଦର୍ଶନରେ ଯିବେ ସିଡିଏମ୍ଓ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର ,ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍)-ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟ ନରହି ଏଣିକି ୧୦ ଦିନ ପାଇଁ ଗ୍ରାମାଞ୍ଚଳ ପରିଦର୍ଶନରେ ଯିବେ ସିଡିଏମ୍ଓ ଓ ସିଏମ୍ଓ । ଏଥିସହିତ ସିଏଲ୍ସି ଓ ପିଏଲ୍ସିରେ ରହି ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି ।

ଭୁବନେଶ୍ୱରର ପାନ୍ଥନିବାସରେ ଆଜି ଆୟୋଜିତ ସିଡିଏମ୍ଓ,ସିଏମ୍ଓ ଙ୍କ ସମ୍ମିଳନୀରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିଦେ୍ର୍ଧଶ ଦିଆଯାଇଛି । ଏହାର ଖିଲାପ କରାଗଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।

ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ କାର୍ଯକ୍ରମ ସଂପର୍କରେ ସମୀକ୍ଷା କରାଯିବା ଯୋଜନା ରହିଛି ।

ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ସିଡିଏମ୍ଓ ତାଙ୍କ ଜିଲ୍ଲାରେ ସର୍ବନିମ୍ନ ୧୦ ଦିନ ଗସ୍ତ କରନ୍ତୁ । ଆମ ତରଫରୁ ଏହି ନିଦେ୍ର୍ଧଶ ଦିଆଯାଇଛି । ପ୍ରତି ଜିଲ୍ଲା ଦାୟୀତ୍ୱରେ ଥିବା ନୋଡାଲ ଅଫସରମାନେ ଏହାକୁ ମନିଟର କରିବେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version