Site icon Odisha.com

ପାରାଦୀପ: ଇନଷ୍ଟିଚ୍ୟୁଟରେ ପୋଲିସ ଚଢଉ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପାରାଦୀପ,ନଭେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍)-ପାରାଦ୍ୱୀପ ବଡ ପିଡଆରେ ଥିବା ଶାରଳା କମର୍ସିଆଲ ଇନଷ୍ଟିଚ୍ୟୁଟରେ ପୋଲିସ ଚଢଉ କରିଛି । ଇନଷ୍ଟିଚ୍ୟୁଟରେ ବିଭିନ୍ନ ପ୍ରକାର ନକଲି ରବର ଷ୍ଟାମ୍ପ ତିଆରି ହେଉଥିଲା ।

ଏହି ଚଢଉବେଳେ ବିଭିନ୍ନ ପ୍ରକାର ନକଲି ସାର୍ଟିପିକେଟ, ନକଲି କାର୍ଡ, ପରିଚୟ ପତ୍ର ଏବଂ ଏଗୁଡିକ ତିଆରିରେ ବ୍ୟବହୃତ କମ୍ପ୍ୟୁଟର, ସ୍କାନର ପ୍ରଭୃତି ଜବତ ହୋଇଛି । ଏହି ଇନଷ୍ଟିଚ୍ୟୁଟର ମାଲିକ ବିଶ୍ୱ ରଂଜନ ପାତ୍ରଙ୍କ ସମେତ ଜଣେ କର୍ମଚାରୀକୁ ପୋଲିସ ଅଟକ ରଖି ପଚରା ଉଚରା ଚାଲିଛି ।

ଏଥିସହିତ ବିଭିନ୍ନ ପ୍ରକାର ସାର୍ଟିପିକେଟକୁ ଅବିକଳ ନକଲ କରାଯାଉଥିଲା । ଚଢାଉରେ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗର ରବର ଷ୍ଟାମ୍ପ ମଧ୍ୟ ଜବତ କରାଯାଇଛି ।

ଓଡିଶା ଡଟ୍ କମ୍

Exit mobile version