Site icon Odisha.com

ଡିସେମ୍ବର ୫ ରେ ୪୧ଟି କଲେଜରେ ତାଲା ଝୁଲିବ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୩୦(ଓଡିଶା ଡଟ୍ କମ୍)-୧୯୯୮ ମସିହା ପରେ ଖୋଲିଥିବା ୪୧ଟି ମହାବିଦ୍ୟାଳୟରେ ତାଲା ପଡିବ । ଡିସେମ୍ବର ୫ ତାରିଖରେ ଏସବୁ କଲେଜର ଅଧ୍ୟାପକ,କର୍ମଚାରୀ ବିଧାନ ସଭା ଆଗରେ ଧାରଣା ଦେବେ ।

ରାଜ୍ୟ ଅନୁଦାନରୁ ବଞ୍ଚିତ ମହାବିଦ୍ୟାଳୟ କର୍ମଚାରୀ ସମନ୍ୱୟ ସମିତିର ଆବାହକ ପବିତ୍ର ମୋହନ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଚେତାବନୀ ଦେଇଛି । ସେ କହିଛନ୍ତି ରାଜ୍ୟ ସରକାର ୨୦୦୮ ଓ ୨୦୦୯ ମସିହାରେ ୪୮୮ଟି ଏବଂ ୬୬୨ ମହାବିଦ୍ୟାଳୟକୁ ଅନୁଦାନ ପରିସର ଭୁକ୍ତ କରିଥିବା ବେଳେ ୧୯୯୮ ପରଠାରୁ ପ୍ରତିଷ୍ଠିତ ଏହି ମହାବିଦ୍ୟାଳୟ ଗୁଡିକୁ ଅନୁଦାନ ଦେଇ ନାହାଁନ୍ତି ।

ଏହା ପ୍ରତିବାଦରେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବାସହ ବିଧାନ ସଭା ସମ୍ମୁଖରେ ଆତ୍ମହୁତି ଦେବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି ।

ଆମକୁ ଜନ୍ମଦେଇଥିବା ସରକାର ଆମର କୌଣସି ଦାବୀ ନଶୁଣନ୍ତି ତେବେ ଆମେ ସରକାରଙ୍କ ପାଖରେ ଅନୁମତି ମାଗୁଛୁ ଆସନ୍ତା ୫ ତାରିଖ ଠାରୁ ଅହୋରାତ୍ର ଧାରଣା ଦେବୁ । ଯଦି ଦାବି ପୁରଣ ନହେଲା ଆମର ଶେଷ ନିସ୍ପତି ଆତ୍ମହୁତି ଦେବୁ । ଏଥିପାଇଁ ମଧ୍ୟ ଅନୁମତି ମାଗୁଛୁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version