Site icon Odisha.com

ଦୁର୍ନୀତିମୁକ୍ତ ଅଭିଯାନରେ ସାମ୍ବାଦିକ ସୈନିକ ଭୂମିକା ତୁଲାନ୍ତୁ: ଆନ୍ନା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧(ଓଡିଶା ଡଟ୍ କମ୍)-ଦୁର୍ନିୀତିମୁକ୍ତ ସମାଜ ଗଠନ ଦିଗରେ ସାମ୍ବାଦିକମାନେ ଆଗୁଆ ସୈନିକର ଭୂମିକା ତୁଲାଇବାକୁ ଖ୍ୟାତନାମା ସମାଜସେବୀ ଆନ୍ନା ହଜାରେ ପରାମର୍ଶ ଦେଇଛନ୍ତି ।

ଓଡ଼ିଶା ଗସ୍ତରେ ଆସିଥିବା ଏହି ବିଶିଷ୍ଟ ଗାନ୍ଧୀବାଦୀ ନେତାଙ୍କ ସହ ଶନିବାର ଓଡ଼ିଶା ସାମ୍ବାଦିକ ୟୁନିଅନ (ଓ.ୟୁ.ଜେ)ର ଏକ ପ୍ରତିନିଧି ଦଳ ସାକ୍ଷାତ କରି ରାଜ୍ୟରେ ଗଣମାଧ୍ୟମର ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ।

ପ୍ରତିନିଧି ଦଳର ନେତୃତ୍ୱ ନେଇ ଜାତୀୟ ସାମ୍ବାଦିକ ୟୁନିଅନ୍ (ଏନ୍.ୟୁ.ଜେ) ଉପସଭାପତି ତଥା ଓ.ୟୁ.ଜେ ସଭାପତି ପ୍ରସନ୍ନ ମହାନ୍ତି ରାଜ୍ୟରେ ସାମ୍ବାଦିକମାନଙ୍କ କଣ୍ଠରୋଧ କରିବା ପାଇଁ ପ୍ରଶାସନିକ ସ୍ତରରେ ଚାଲିଥିବା ଦମନଲୀଳା ସଂପର୍କରେ ଆନ୍ନାଙ୍କୁ ଅବଗତ କରାଇବା ସହ ସାନି ଓଡ଼ିଶା ଗସ୍ତରେ ଆସିବାକୁ ଆମନ୍ତ୍ରଣ କରିଥିଲେ ।

କୌଣସି ଚାପର ବଶବର୍ତ୍ତୀ ନହେଇ ସାମ୍ବାଦିକମାନେ ରାଜ୍ୟରେ ଚାଲିଥିବା କମ୍ପାନୀରାଜ ବିରୋଧରେ ସ୍ୱର ଉଠାଇବା ସହ ସାଧାରଣଲୋକଙ୍କ ପ୍ରତିବାଦକୁ ପ୍ରାଧାନ୍ୟ ଦେବାପାଇଁ ଆନ୍ନା ଏହି ଅବସରରେ ପରାମର୍ଶ ଦେଇଥିଲେ ।

ପ୍ରତିନିଧି ଦଳରେ ଓ.ୟୁ.ଜେ କାର୍ଯ୍ୟାଳୟ ସଂପାଦକ ସୁଧାଂଶୁ ଶେଖର ପରିଡ଼ା, ଦିପକ ମହାପାତ୍ର ପ୍ରମୁଖ ଆନ୍ନାଙ୍କୁ ସାକ୍ଷାତ କରି ଆଲୋଚନାରେ ଭାଗ ନେଇଥିଲେ ।

ଓଡିଶା ଡଟ୍ କମ୍

Exit mobile version