Site icon Odisha.com

ଅନଶନର ତୃତୀୟ ଦିନ : ଡାକ୍ତରଖାନାରେ ୬୪ ଜେଲ କର୍ମଚାରୀ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୫(ଓଡିଶା ଡଟ୍ କମ୍)-ରାଜ୍ୟର ସମସ୍ତ ଜେଲର କର୍ମଚାରୀମାନଙ୍କ ଆମରଣ ଅନଶନ ବୁଧବାର ଦିନ ତୃତୀୟ ଦିନରେ ପହଁଚିଛି । ଏହି ଅନଶନରେ ରାଜ୍ୟର ସମସ୍ତ ୯୧ଟି କାରାଗାରର ୧୪୦୦ କର୍ମଚାରୀ ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୪ ଜଣ ଡାକ୍ତରଖାନାରେ ଭତି ହୋଇଛନ୍ତି ।

ପ୍ରାୟ ୪୦ ଜଣ ଅସୁସ୍ଥ କର୍ମଚାରୀଙ୍କୁ ଅନଶନସ୍ଥଳୀରେ ଜେଲ ଡାକ୍ତରଙ୍କ ଦ୍ୱାରାଚିକିତ୍ସା କରାଯାଉଛି । ଅଖିଆପିଆ ୩ଦିନ ଧରି ଶାନ୍ତିଶୃଙ୍ଖଳାର ସହ ଜେଲ କର୍ମଚାରୀମାନେ କଳାବ୍ୟାଚ ପିନ୍ଧି କାର୍ଯ୍ୟ ସମ୍ପାଦନା କରୁଥିଲେ ମଧ୍ୟ କତୃପକ୍ଷଙ୍କ ନିଦ ଭାଙ୍ଗି ନାହିଁ । ଏଥିପାଇଁ ୯୧ଟି ଜେଲରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।

ଭୁବନେଶ୍ୱରରେ ୬ଜଣ, ଚୌଦ୍ୱାରରେ ୨୩ଜଣ, ବଲାଙ୍ଗୀରରେ ୬ଜଣ, ଟିଟିଲାଗଡର ୩ ଜଣ, ସୋନପୁରରେ ୪ ଜଣ, ବୌଦ୍ଧରେ ୫ ଜଣ, ବ୍ରହ୍ମପୁରରେ ୬ ଜଣ, ପୁରୀରେ ୭ଜଣ , ୩ ଜଣ ଜେଲ କର୍ମଚାରୀ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି ।

ନିଖିଳ ଓଡ଼ିଶା ଜେଲ କର୍ମଚାରୀ ସଂଘ ପକ୍ଷରୁ ସେମାନଙ୍କ ନ୍ୟାଯ୍ୟ ଦାବି ନେଇ ଏକାଧିକବାର ସରକାରଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା ବିଭିନ୍ନ ଆଳ ଦେଖାଇ ବରିଷ୍ଠ ଅଧିକାରୀମାନେ ଏହାକୁ ଏଡାଇ ଯାଉଥିଲେ ।

ବାରମ୍ବାର ପ୍ରତାରିତ ହେବା ପରେ ରାଜ୍ୟବ୍ୟାପୀ ଜେଲ କର୍ମଚାରୀମାନେ ୨୮ତାରିଖରୁ କଳାବ୍ୟାଚ ପରିଧାନ କରିଥିଲେ । ସରକାର ସେମାନଙ୍କ ଦାବି ପ୍ରତି କୌଣସି କର୍ଣ୍ଣପାତ ନ କରିବାରୁ ପୂୂର୍ବ ଘୋଷଣା ମୁତାବକ ସୋମବାର ଠାରୁ କର୍ମଚାରୀମାନେ ଆମରଣ ଅନଶନରେ ବସିଛନ୍ତି ବୋଲି ନିଖିଳ ଓଡିଶା ଜେଲ କର୍ମଚାରୀ ସଂଘ ସୂଚନା ଦେଇଛି ।

ଓଡିଶା ଡଟ୍ କମ୍

Exit mobile version