Site icon Odisha.com

ଜନଅଧିକାର ମଞ୍ଚର ଆବାହକ ଦଣ୍ଡପାଣି ମହାନ୍ତିଙ୍କ ପୁଅ ଗିରଫ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୫(ଓଡିଶା ଡଟ୍ କମ୍)-ଜନଅଧିକାର ମଞ୍ଚର ଆବାହକ ତଥା ନକ୍ସଲ ସମର୍ଥକ ଭାବେ ପରିଚିତ ଓ ମାଓ ମଧ୍ୟସ୍ଥ ଦଣ୍ଡପାଣି ମହାନ୍ତିଙ୍କ ପୁଅ ସଂଗ୍ରାମ କେଶରୀ ମହାନ୍ତିଙ୍କୁ ବ୍ରହ୍ମପୁରରେ ଗିରଫ କରାଯାଇଥିବା ପୋଲିସ କହିଛି ।

ଗୁଇନ୍ଦା ଖବର ଆଧାରରେ ପୋଲିସ ସଂଗ୍ରାମ ଓ ତାଙ୍କ ସହଯୋଗି କୈଳାସଙ୍କୁ ମୋହନାର କମାଳାପୁର ଅଞ୍ଚଳରୁ ଗିରଫ କରିବାସହ ସେମାନଙ୍କ ଠାରୁ ଦୁଇଟି ପିସ୍ତଲ,ପ୍ରାୟ ୯୫ ରାଉଣ୍ଡ ଗୁଳି, ମୋବାଇଲ,ମାଓ ପ୍ରଚାର ପତ୍ର,ଖାଦ୍ୟ ପଦାର୍ଥ ଜବତ କରାଯାଇ ପୋଲିସ ଦାବି କରିଛି ।

ବୈଦ୍ୟନାଥ ଥାନା,ବ୍ରହ୍ମପରୁରେ ପାଲଟା ଅଭିଯୋଗ ଆଣିଛନ୍ତି ଦଣ୍ଡପାଣି ମହାନ୍ତି । ସେ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପୁଅକୁ ପୋଲିସ ଅପହରଣ କରିନେଇଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ନଭେମ୍ବର ୩୦ରେ ଭୁବନେଶ୍ୱରରେ ଦଣ୍ଡପାଣିଙ୍କ ନେତୃତ୍ୱରେ ଅପରେସନ ସବ୍ୟସାଚୀ ବନ୍ଦ କରିବାପାଇଁ ଆନ୍ଦୋଳନ କରାଯାଇଥିଲା । ଭାଲିଆଗୁଡା ଏନ୍କାଉଁଟରରେ ନିରିହ ଆଦିବାସୀ ନିହତ ହୋଇଥିଲେ ବୋଲି କହିଥିଲେ ଦଣ୍ଡପାଣି । ଏଥିସହିତ ସେ ସରକାର ଓ ମାଓବାଦୀଙ୍କ ମଧ୍ୟରେ ଅନେକ ଥର ମଧ୍ୟସ୍ଥତା କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version