Site icon Odisha.com

ଅନାହାର ମୃତ୍ୟୁକୁ ନେଇ ବିଧାନସଭାରେ ଆଲୋଚନା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୮(ଓଡିଶା ଡଟ୍ କମ୍)-ରାଜ୍ୟରେ ଅନାହାର ମୁତ୍ୟୁ ଉଦ୍ବେଗ ଜନକ ପରିସ୍ଥିତି ସୃଷ୍ଟି କରିଛି । ସରକାରଙ୍କ ଅବହେଳା ପାଇଁ ଏହା କ୍ରମଶଃ ବୃଦ୍ଧି ପାଉଛି ବୋଲି ଶୁକ୍ରବାର ଦିନ ବିରୋଧୀ ଦଳ ପକ୍ଷରୁ ବିଧାନ ସଭାରେ ଅଭିଯୋଗ କରାଯାଇଛି ।

ରାଜସ୍ୱମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏ ସଂପର୍କରେ କହିଲେ ବର୍ତମାନ ଯେଉଁ ସବୁ କାର୍ଯ୍ୟକ୍ରମ ସରକାରଙ୍କ ତରଫରୁ ଗ୍ରହଣ କରାଯାଉଛି ସେଥିରେ କେହି ଅନାହାର ମୃତ୍ୟୁବରଣ କରିବା ହାସ୍ୟାସ୍ପଦ ।

ଅନାହାର ମୃତ୍ୟୁ ସମ୍ପର୍କରେ ଗଣମାଧ୍ୟମରୁ ଖବର ପାଇବାର ୪୮ ଘଣ୍ଟା ମଧ୍ୟରେ ତାହାର ତଦନ୍ତ କରାଯାଉଛି । ହେଲେ ଏହି ଘଟଣା ସଂପର୍କରେ କେବେ କୌଣସି ବିଧାୟକ କି ଲୋକପ୍ରତିନିଧି ଟେଲି ଫୋନ କରି ଜଣାଇ ନାହାଁନ୍ତି ।

ମୁଲତବୀ ଆଲୋଚନା ଆରମ୍ଭ କରି କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଥିଲେ ଯେ,ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରୁଛନ୍ତି । କିନ୍ତୁ ରାଜ୍ୟ ସରକାର ତାକୁ ଠିକ୍ ଭାବେ କାର୍ଯ୍ୟକାରୀ କରୁନାହିଁନ୍ତି । ଫଳରେ ଗରିବ ଲୋକ ଅନାହାରରେ ମରୁଛନ୍ତି ।

ବିରୋଧିଦଳ ନେତା ଭୂପିନ୍ଦର ସିଂ କହିଲେ ଯେ,ଯଦି ଜଣଙ୍କର ଜୀବନହାନି ହୁଏ ସେଥିପାଇଁ ସରକାର ଦାୟୀ । କେନ୍ଦ୍ର ସରକାର ଗରୀବ ହଟାଇବା ପାଇଁ ସବୁ ଯୋଜନା କରିଛନ୍ତି । କିନ୍ତୁ ରାଜ୍ୟ ସରକାର ଠିକ୍ ଭାବେ କାର୍ଯ୍ୟକାରୀ କରିନାହିାଁନ୍ତି ।

ଭାଜପା ସଦସ୍ୟ ହିତେଶ କୁମାର ବଗର୍ତି କହିଥିଲେ ଯେ,ଏବେ ବି ନୂଆପଡାରେ ୮୦ ପ୍ରତିଶତ ଲୋକ ଗରିବର ତାଡନାରେ ଶଢୁଛନ୍ତି ।

ଦୃଷ୍ଟି ଆକର୍ଷଣକାରୀ ନୋଟିସ୍ ଜରିଆରେ ଶାସକ ଦଳର ସଭ୍ୟ ଅନନ୍ତ ଦାସ କହିଲେ ଯେ,ଯେଉଁ ଅଞ୍ଚଳରେ ଅନାହାର ମୁତ୍ୟୁ ହେଉଛି ସେଥିପାଇଁ ସେ ଅଞ୍ଚଳର ବିଧାୟକ ଦାୟୀ । କାରଣ ସେ ତାଙ୍କ ଲୋକଙ୍କ ପ୍ରତି ଧ୍ୟାନ ଦେଉନାହାଁନ୍ତି । ଲୋକଙ୍କ କଥା ଭୁଲି ଯାଉଛନ୍ତି ।

କେବଳ ଦାୟୀକଲେ ହେବନାହିଁ । ତାଙ୍କ ବିରୋଧରେ ୩୦୨ ଦଫାରେ ମାମଲା ହେବା ଆବଶ୍ୟକ । ଲୋକପ୍ରତିନିଧିଙ୍କୁ ଉତରଦାୟୀ ବ୍ୟବସ୍ଥା ରହିଲେ ସବୁ ଠିକ୍ ହୋଇଯିବ । କିନ୍ତୁ ଅନାହାର ମୃତ୍ୟୁ ହେବା ଅଭିଯୋଗ ସତ୍ୟ ନୁହେଁ ବୋଲି ଶ୍ରୀ ଦାସ ଦର୍ଶାଇଥିଲେ ।

ଓଡିଶା ଡଟ୍ କମ୍

Exit mobile version