Site icon Odisha.com

ଧମକ ଚମକ ଦେଉଥିବା ପିଏଲ୍ଏଫ୍ଆଇ ସଦସ୍ୟ ଗିରଫ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ରାଉରକେଲା,ଡିସେମ୍ବର ୧୦(ଓଡିଶା ଡଟ୍ କମ୍)-ସୁନ୍ଦରଗଡ ଜିଲ୍ଲାର ନୂଆଗାଁ ଅଞ୍ଚଳରେ ଥିବା ଏକ ବିଦେଶୀ ମଦ ଦୋକାନ ପରିଚାଳକଙ୍କୁ ୩ ଲକ୍ଷ ଟଙ୍କା ବଟି ମାଗି ଧମକ ଚମକ ଦେଉଥିବା ଝାଡଖଣ୍ଡର ପିଏଲ୍ ଏଫ୍ ଆଇ ସଦସ୍ୟ ବସନ୍ତ ରାମକୁ ଗିରଫ କରି ସୋମବାର ଦିନ ତାକୁ କୋର୍ଟ ଚାଲାଣ କରିଛି ବୋଲି ପୋଲିସ କହିଛି ।

ଗତ ନଭେମ୍ବର ୨୯ ତାରିଖ ଦିନ ବସନ୍ତ ୩ ଲକ୍ଷ ଟଙ୍କା ବଟି ମାଗି ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଏ ସଂପର୍କରେ ବୀରମିତ୍ରପୁର ଥାନାରେ ଏତଲା ଦିଆଯାଇଥିଲା ।
ଏତଲାକୁ ଭିତିକରି ପୋଲିସ ଓଡିଶା-ଝାଡଖଣ୍ଡ ସୀମାନ୍ତ ବାଘଲାଟୋଲି ଗ୍ରାମରେ ଚଢଉକରି ତାକୁ ଗିରଫ କରିବା ପରେ ତାଠାରୁ ଗୋଟିଏ ମୋବାଇଲ ଜବତ କରିଛି ।

ଓଡିଶା ଡଟ୍ କମ୍

Exit mobile version