Site icon Odisha.com

ନିଜର ସ୍ଥିତି ଜାଣିବାକୁ ସୁପ୍ରିମକୋର୍ଟ ଗଲେ ପ୍ୟାରୀମୋହନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୦(ଓଡିଶା ଡଟ୍ କମ୍)- ବିଜେଡିରୁ ବହିଷ୍କାର ହେବାପରେ ରାଜ୍ୟ ସଭାରେ ତାଙ୍କର ସ୍ଥିତି କଣ ଜାଣିବା ପାଇଁ ସୋମବାର ସୁପ୍ରୀମ କୋର୍ଟର ଆଶ୍ରୟ ନେଇଛନ୍ତି ସାଂସଦ ପ୍ୟାରୀମୋହନ ମହାପାତ୍ର ।

ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ,୧୬ ନଭେମ୍ବର ୨୦୧୨ରେ ବିଜେଡି କାର୍ଯ୍ୟକାରିଣୀ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା । ହେଲେ ସେହି ବହିଷ୍କାର ଚିଠି ଏ ପର୍ଯ୍ୟନ୍ତ ପାଇନାହାଁନ୍ତି ।

ରାଜ୍ୟସଭାର ସଦସ୍ୟ ହୋଇଥିବାରୁ ଦଳରୁ ବହିଷ୍କୃତ ଖବର ତୁରନ୍ତ ରାଜ୍ୟସଭା ସେକ୍ରେଟେରୀଏଟ୍କୁ ଜଣାଇ ଦିଆଯିବା କଥା । ଯାହା ବର୍ତମାନ ସୁଦ୍ଧା ହୋଇନାହିଁ । ଏଭଳି ପରିସ୍ଥିତିରେ ରାଜ୍ୟ ସଭାରେ ତାଙ୍କର ସ୍ଥିତି କଣ ଜାଣିବା ପାଇଁ ସେ ନିବେଦନ କରିଛନ୍ତି ।

ଗତ ଶୁକ୍ରବାର ଦିନ ପ୍ୟାରୀମୋହନ ସୁପ୍ରୀମକୋର୍ଟ ଯିବେ ବୋଲି ଗଣମାଧ୍ୟମକୁ ଜଣାଇଥିଲେ । ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ମଧ୍ୟ ସ୍ପଷ୍ଟ କରିଥିଲେ ।

ଗତ ମେ ୨୯ ତାରିଖ ରାତିରେ ତଥାକଥିତ ମିଡ୍ନାଇଟ ଅପରେସନ ପରେ ତାଙ୍କୁ ଦଳରୁ ପ୍ରଥମେ ନିଲମ୍ବନ ଓ ପରେ ନଭେମ୍ବର ୧୬ ତାରିଖରେ ବହିଷ୍କାର କରାଯାଇଥିଲା । ଏହାପରେ ପ୍ୟାରୀ ଓଡିଶା ଜନମୋର୍ଚ୍ଚା ଗଠନ କରି ସଭ୍ୟ ସଂଗ୍ରହ କରିବାରେ ଲାଗିପଡିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version