Site icon Odisha.com

ସ୍ଥାୟୀ ନିଯୁକ୍ତି ଦାବୀରେ ଗଣଶିକ୍ଷକଙ୍କ ରାଜଧାନୀରେ ବିକ୍ଷୋଭ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୦(ଓଡିଶା ଡଟ୍ କମ୍)-ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ ପରେ ସୋମବାର ଦିନ ଗଣଶିକ୍ଷକ କରିଛନ୍ତି ରାଜଧାନୀରେ ରଣହୁଙ୍କାର । ସ୍ଥାୟୀ ନିଯୁକ୍ତି ଦାବୀରେ ଆନ୍ଦୋଳନ କରିଆସୁଥିବା ଗଣ ଶିକ୍ଷକମାନେ ରାଜଧାନୀରେ ବିଶାଳ ଶୋଭାଯାତ୍ରା ସହ ବିକ୍ଷୋଭ କରିଛନ୍ତି ।

ଦାବୀ ପୁରଣ ନହେବା ପର୍ଯ୍ୟନ୍ତ ସ୍କୁଲକୁ ଫେରିବେ ନାହିଁ ବୋଲି ଧମକ ଦେଇଛନ୍ତି । ଆଲୋଚନା ମାଧ୍ୟମରେ ଦାବୀ ପୁରଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।

ରାଜ୍ୟ ଗଣଶିକ୍ଷକ ମହାସଂଘର ଉପସଭାପତି ଶରତ ଚନ୍ଦ୍ର ନାୟକ ଅଭିଯୋଗ କରିଛନ୍ତି ଯେ,ଗଣଶିକ୍ଷକଙ୍କୁ ସ୍ଥାୟୀ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଥିବା ବେଳେ ଏ ଯାଏଁ ତାହା ପୂରଣ ନକରି ଠକି ଚାଲିଛନ୍ତି । ଦାବୀ ପୂରଣ ନହେଲା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ସେ ପ୍ରକାଶ କରିିଛନ୍ତି ।

“ସରକାରଙ୍କ ଦାବୀ ମୂତାବକ ଆମକୁ ଗଣଶିକ୍ଷକ ନିଯୁକ୍ତିର ୩ ବର୍ଷ ଭିତରେ ନିୟମିତ ଶିକ୍ଷକ ଘୋଷଣା କରନ୍ତୁ । ଏବଂ ତାହାର ନିଦେ୍ର୍ଧଶନାମା ପ୍ରକାଶ କରନ୍ତୁ । ଯଦି ଏହା ନକରିବେ ସେତେଦିନ ପର୍ଯ୍ୟନ୍ତ ଏ ରାଜରାସ୍ତାରେ ୨୪ ଘଣ୍ଟା ବସିରହିବୁ “।

ରାଜ୍ୟ ଗଣଶିକ୍ଷକ ମହାସଂଘର ସମ୍ପାଦକ ବୁଲୁ ବେହେରା କହିଛନ୍ତି ଯେ,ସରକାର ଆମକୁ ବାରମ୍ବାର ପ୍ରତିଶ୍ରୃତି ଦେଇଛନ୍ତି , ବିଧାନସଭାରେ ଘୋଷଣା କରିଛନ୍ତି । ଏପରିକି ମୁଖ୍ୟ ଶାସନ ସଚିବ ଆମକୁ ଡାକି ଆଲୋଚନା କରି ସୁଦ୍ଧା ପ୍ରତିଶ୍ରୃତି ପାଳନ କରିନାହାଁନ୍ତି ।

ଗଣଶିକ୍ଷା ମନ୍ତ୍ରୀ ରବି ନାରାୟଣ ନନ୍ଦ ପ୍ରତିଶ୍ରୃତି ଦେଇଛନ୍ତ ଯେ ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ ଭଳି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯିିବ । ମୁଖ୍ୟମନ୍ତ୍ରୀ ଏ ବିଷୟରେ ସମାଧାନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ସେ କହିଲେ ଆନ୍ଦୋଳନକାରୀମାନେ ହେଉଛନ୍ତି ଆମ ପରିବାର ଲୋକ । ଅଳି କରିବାର ଅଧିକାର ସେମାନଙ୍କର ଅଛି । ସେମାନଙ୍କର ଦାବୀ ଉପରେ ଆମେ ବିଚାର କରୁଛୁ ।

ଓଡିଶା ଡଟ୍ କମ୍

Exit mobile version