Site icon Odisha.com

ଏସିସି ସିମେଣ୍ଟର ଜମି ଅଧିଗ୍ରହଣକୁ ବିରୋଧ

ଓଡିଶା ଡଟ୍ କମ୍:ଶାନ୍ତନୁ ବିଶ୍ୱାଳ

ବରଗଡ,ଡିସେମ୍ବର ୧୨(ଓଡିଶା ଡଟ୍ କମ୍)- ବରଗଡ ନିକଟସ୍ଥିତ ବରଡୋଲ ଗାଁରେ ଏସିସି ସିମେଣ୍ଟ କଂପାନୀ ତରଫରୁ ହେଉଥିବା ଜମି ଅଧିଗ୍ରହଣକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି ।

କଂପାନୀ ଅଧିକାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଯୋଗୁ ପୋଲିସ ଶିଶୁ,ମହିଳା ସମେତ ୧୨ ଜଣ ଗ୍ରାମବାସୀଙ୍କୁ ଗିରଫ କରିଛି । ଏହି ଗ୍ରାମବାସୀମାନେ ନିଜ ଜମିର ଉଚିତ୍ ମୁଲ୍ୟ ପାଇଁ କଂପାନୀ ଆଗରେ ଧାରଣାରେ ବସିଥିଲେ । କଂପାନୀ କହିଛି ୧୯୬୧ରେ ଯେବେ କଂପାନୀ ଆରମ୍ଭ ହେଲା ଡି.ସି ଏହି ଜମି ଅଧିଗ୍ରହଣ କରିଥିଲେ ।

ଗ୍ରାମବାସୀମାନେ କହିଛନ୍ତି ଯେ ଏପର୍ଯ୍ୟନ୍ତ ଜମିର ପଟ୍ଟା ଓ କବଲା ସେମାନଙ୍କ ନାମରେ ଅଛି । କଂପାନୀ ବିସ୍ତାପିତ ଲୋକମାନଙ୍କୁ ଉଚିତ୍ କ୍ଷତି ପୁରଣ ଦେଇନାହିଁ କି ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଦେଇନାହିଁ ।

ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ଯେଉଁ ଝିଅମାନେ ସେ ସମୟରେ ଗାଁରେ ନଥିଲେ ଅନ୍ୟ ରାଜ୍ୟରେ ବିବାହ କରିଛନ୍ତି କଂପାନୀ ସେମାନଙ୍କ ନାମରେ ମିଛ କେସ୍ କରିଛି । ଯାହାଫଳରେ ସେମାନଙ୍କୁ ହଇରାଣ ହରକତ କରାଯାଉଛି ।

କଂପାନୀର ଡୁଙ୍ଗୁରି ଖାଦାନର ପୁରୁଣା ଲିଜ୍ ଏବେ ଶେଷ ହୋଇଯାଇଛି । କଂପାନୀ ବିନା ଲିଜ୍ ରେ ଏଠାରେ ଖଣି ଖୋଳୁଛି । ପୋଲିସ ଦ୍ୱାରାଗିରଫ ହୋଇଥିବା ଗ୍ରାମବାସୀ ମାନେ ଥାନାରେ ଅନଶନରେ ବସିଛନ୍ତି । ତାଙ୍କର ଦାବି ପୁରଣ ନହେଲା ପର୍ଯ୍ୟନ୍ତ କୌଣସି ଖାଦ୍ୟ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ।

ସେଠାରେ କାମ କରୁଥିବା ଅନ୍ୟ କିଛି ଲୋକଙ୍କୁ ମଧ୍ୟ ପୋଲିସ ଗିରଫ କରିନେଇଛି । ଯାହାଙ୍କ ମଧ୍ୟରେ ଜଣେ ହୃଦରୋଗରେ ଆକ୍ରାନ୍ତ ମହିଳା ଅନ୍ତଭୁକ୍ତ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version