Site icon Odisha.com

ବିଧାନସଭାରେ ବିପିଏଲ୍ ତାଲିକାକୁ ନେଇ ଉଦ୍ବେଗ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୪(ଓଡିଶା ଡଟ୍ କମ୍)-ନିୟମ ଅନୁସାରେ ପ୍ରତି ୫ ବର୍ଷରେ ପ୍ରସ୍ତୁତ ହୁଏ ବିପିଏଲ୍ ତାଲିକା କିନ୍ତୁ ଆମ ରାଜ୍ୟରେ ୧୫ ବର୍ଷ ହେଲାଣି ପ୍ରସ୍ତୁତି ହୋଇ ପାରିନାହିଁ ଏହି ତାଲିକା । ଯାହାକୁ ନେଇ ଆଜି ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି ।

ସରକାର ଏଥିପାଇଁ ଜାଣିଶୁଣି କରୁଛନ୍ତି ,ନୂଆ ବିପିଏଲ ତାଲିକା କରୁନାହଁଆନ୍ତି ବୋଲି ଅଭିଯୋଗକରି ବିରୋଧୀ କଂଗ୍ରେସ ବିଧାନସଭାରେ ଶୁକ୍ରବାର ଦିନ ମୁଲତବୀ ପ୍ରସ୍ତାବ ଆଗତ କରିଥିଲା । ଆଲୋଚନାବେଳେ ମନ୍ତ୍ରୀଙ୍କ ପ୍ରଶ୍ନରେ ଅସନ୍ତୁଷ୍ଟ ହୋଇ ବିରୋଧୀ ଦଳ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ ।

ଏହି ତାଲିକା ଦେଖାଇ କେନ୍ଦ୍ରଠାରୁ ସାହାଯ୍ୟ ଆଣୁଛନ୍ତି ଓଡିଶା ସରକାର । ଗରିବ ବଇରୀ ଏ ସରକାର । କେବେ କରିବେ ବିପିଏଲ ତାଲିକା ଏହି ବିଷୟ ନେଇ କଂଗ୍ରେସ ତରଫରୁ ମୁଲତବୀ ପ୍ରସ୍ତାବରେ ବିଧାନ ସଭାରେ ସରଗରମ ଆଲୋଚନା ହୋଇଥିଲା ।

କଂଗ୍ରେସ ବିଧାୟକ ଅନୁପ ସାଏ କହିଛନ୍ତି ବିଜେଡି ସରକାର ଯେଉଁ ଦିନଠୁଁ ଶାସନ ଗାଦୀକୁ ଆସିଛି ସେହି ଦିନଠାରୁ ଗରିବ ମାନଙ୍କୁ ବିପିଏଲ କାର୍ଡ ଦେବାରେ ବ୍ୟର୍ଥ ହୋଇଛି । ଯାହାଦଦ୍ୱାରାଭାରତ ସରକାର ଦେଉଥିବା ଅର୍ଥ ଗରିବ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ ।

ପଞ୍ଚାୟତରାଜ ମନ୍ତ୍ରୀ କଳ୍ପତରୁ ଦାସ ସରକାରଙ୍କ ତରଫରୁ ସଫେଇ ଦେଇ କହିଛନ୍ତି ବିରୋଧୀଙ୍କ ଅଭିଯୋଗର କୌଣସି ସତ୍ୟତା ନାହିଁ । ୨୦୦୭ ଓ ୨୦୧୨ରେ ଦେଶର କୌଣସି ସ୍ଥାନରେ ବିପିଏଲ ତାଲିକା ହୋଇନାହିଁ ।

୨୦୦୨ ମସିହାରେ ରାଜ୍ୟରେ ଗରୀବଙ୍କୁ ଚିହ୍ନଟ ଲାଗି ସାମାଜୀକ ଓ ଅର୍ଥନୈତିକ ସୂଚକାଙ୍କ ଭିତିରେ ସର୍ଭେକରିଥିଲେ ସରକାର । ହେଲେ ଏହା ଉପରେ ଉଚ୍ଚତମ ନ୍ୟାୟାଳୟ କେତେଗୁଡିଏ ନୀତିଗତ ପ୍ରଶ୍ନ ଉଠାଇବା ସହ ରହିତାଦେଶ ଜାରି କରିଛନ୍ତି ।

୨୦୦୬ରେ ଏହି ରହିତାଦେଶ ଉଠିଥିଲା କିନ୍ତୁ ସେବେଠାରୁ ବିପିଏଲ ତାଲିକା କେଉଁ ପଦ୍ଧତିରେ ହେବାକଥା ତାକୁ ନେଇ କେନ୍ଦ୍ର ରାଜ୍ୟ ବିବାଦରେ ଆଉ ବିପିଏଲ ସର୍ଭେ ହୋଇପାରିଲା ନାହିଁ ।

ଓଡିଶା ଡଟ୍ କମ୍

Exit mobile version