Site icon Odisha.com

ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୪(ଓଡିଶା ଡଟ୍ କମ୍)-ସିଏଜି ରୋପୋର୍ଟକୁ ନେଇ ଶୁକ୍ରବାର ଦିନ ବିଧାନସଭା ହେବ ଆଲୋଚନା । ବିଧାନସଭାରେ କମ୍ପୋଟ୍ରଲର ଏଣ୍ଡ ଅଡିଟର ଜେନେରାଲଙ୍କ ମାର୍ଚ୍ଚ ୨୦୧୨ ପର୍ଯ୍ୟନ୍ତ ଅର୍ଥ ବ୍ୟାପାର ସଂକ୍ରାନ୍ତୀୟ ରିପୋର୍ଟ ଗୁରୁବାର ଦିନ ଉପସ୍ଥିପତ ହୋଇଛି ।

ଏହି ରିପୋର୍ଟରେ ସିଏଜି ଦର୍ଶାଇଛନ୍ତି ମାର୍ଚ୍ଚ ୨୦୧୨ ସୁଦ୍ଧା ୨୭ ହଜାର ୯୨୦ କୋଟି ଟଙ୍କାର ୟୁସି ଦାଖଲ କରାଯାଇ ନାହିଁ । ସବୁଠାରୁ ବେଶୀ ପଞ୍ଚାୟତରାଜ ବିଭାଗର ୮୩୦୪ କୋଟି ଟଙ୍କାର ୟୁସି ଦାଖଲ ହୋଇନାହିଁ ।

ସେହିପରି ଗୃହ ଓ ନଗର ଉନ୍ନୟନ ବିଭାଗ ୪୧୦୮ କୋଟି ଟଙ୍କାର ୟୁଟିଲାଇଜେସନି ଓ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ୩୩୨୫ କୋଟି ଟଙ୍କାର ୟୁସି ଦାଖଲ କରାଯାଇନଥିବା କୁହାଯାଇଛି ।

ପବ୍ଲିକ ପ୍ରାଇଭେଟ ପାର୍ଟନରସିପ୍ ଯୋଜନାରେ କରାଯାଉଥିବା ପ୍ରକଳ୍ପ ଗୁଡିକ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ସିଏଜି । ପିପିପି ଯୋଜନା ଥିଲେ ମଧ୍ୟ କାର୍ଯ୍ୟକାରୀତା ନୈରାଶ୍ୟଜନକ । ୭୦ ପିପିପି ପ୍ରକଳ୍ପ ମଧ୍ୟରୁ ୬୨ଟି କାମ ଶେଷ ହୋଇନାହିଁ । ୧୩ଟି ପ୍ରୋଜେକ୍ଟରେ ୩ ବର୍ଷରୁ ଅଧିକ ବିଳମ୍ବ ହୋଇଛି ବୋଲି ସିଏଜି କହିଛନ୍ତି ।

୮୫୩୭ କୋଟି ଟଙ୍କାର ଆବଷ୍ଟ୍ରାକ୍ଟ କଂଟିଜେଂଟ ବିଲ୍ ଆଡ୍ଜଷ୍ଟ ହେବାକୁ ବାକି ଅଛି । ଆଡ୍ଜଷ୍ଟମେଂଟ ହୋଇ ନଥିବାରୁ ଏଇ ଟଙ୍କାର ଦୁରୁପଯୋଗ ହେବାର ସମ୍ଭାବନା ରହିଛି । ତାଛଡା ଏଫ୍ଆରବିଏମ୍ ଆକଟର କାର୍ଯ୍ୟକାରିତା ସମୀକ୍ଷା ପାଇଁ କୌଣସି ସ୍ୱାଧୀନ ଏଜେନ୍ସି ନିୟୋଜିତ କରାଯାଇ ନାହିଁ ବୋଲି ସିଏଜି ଦର୍ଶାଇଛନ୍ତି ।

ତ୍ରୟୋଦଶ ଅର୍ଥ କମିଶନଙ୍କ ସର୍ତାବଳୀ ପୂରଣ ନ କରିବାରୁ ୧୮୨ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ରାଜ୍ୟ ହରାଇଛି । ରାଜ୍ୟ ସରକାର ବିଭିନ୍ନ ସବସିଡି ବାବଦରେ ୨୦୧୦-୧୧ରେ ୧୩୧୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ମାର୍ଚ୍ଚ ୨୦୧୨ ପର୍ଯ୍ୟନ୍ତ ସମାପ୍ତ ହୋଇଥିବା ଆର୍ଥକ ବର୍ଷରେ ୧୭୪୪ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି ।

ତେବେ କେବଳ ବିପିଏଲ ପରିବାର ବର୍ଗଙ୍କୁ ୨ ଟଙ୍କିଆ ଚାଉଳ ଦେବାପାଇଁ ରାଜ୍ୟ ସରକାର ୯୭୯ କୋଟି ଟଙ୍କା ସବସିଡି ଦେବାକୁ ପଡିଛି । ରାଜ୍ୟରେ ପିଏସ୍ୟୁରେ ଯାହା ନିବେଶ କରାଯାଇଛି ତାହାର ରିଟର୍ଣ୍ଣ ବହୁତ ଖରାପ ବୋଲି ସିଏଜି ରିପୋଟରେ ପ୍ରକାଶ କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version