Site icon Odisha.com

ବିଧାୟକ ଘରୋଇ କଲେଜ ଗଭର୍ଣ୍ଣିଂବଡିରେ ରହିପାରିବେ: ମନ୍ତ୍ରୀ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୦(ଓଡିଶା ଡଟ୍ କମ୍)-ଘରୋଇ କଲେଜ ଗଭଣ୍ଣିଂବଡିରେ ଏଣିକି ବିଧାୟକ ରହିପାରିବେ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଗୁରୁବାର ଦିନ ବିଧାନସଭାରେ ପ୍ରକାଶ କରିଛନ୍ତି ।

ଆଗାମୀ ଜାନୁଆରୀ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ସରକାର ଏଥିନେଇ ନୀତିଗତ ନିଷ୍ପତି ନେବେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଆଜି ପ୍ରଶ୍ନୋତର କାଳରେ ବିଧାୟକ ପର୍ଶୁରାମ ପାଣିଗ୍ରାହୀଙ୍କ ମୂଳପ୍ରଶ୍ନ ଏବଂ ବିଧାୟକ ସୁବଳ ସାହୁ ଓ ଅଲେଖ ଜେନାଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ବର୍ତମାନ ୨୫୪ ଟି ମହାବିଦ୍ୟାଳୟ ପାଇଁ ସରକାର ସଭାପତି ମନୋନୀତ କରି ଗଭଣ୍ଣିଂବଡି ଗଠନ ପାଇଁ ଆଞ୍ଚଳିକ ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇପାରନ୍ତି ।

ସେଥିରୁ ୬୨ଟି ମହାବିଦ୍ୟାଳୟରେ ଗଭଣ୍ଣିଂବଡି ଗଠିତ ହୋଇସାରିଛି । ରାଜ୍ୟରେ ସର୍ବମୋଟ ୧୩୩୧ଟି ଅନୁଦାନପ୍ରାପ୍ତ ବେସରକାରୀ କଲେଜ ରହିଛି । ତନ୍ମଧ୍ୟରୁ ୧୦୭୭ଟି କଲେଜରେ ଉପଜିଲ୍ଲାପାଳ କିମ୍ବା ଏଡିଏମ୍ ଗଭର୍ଣ୍ଣିଂବଡିର ସଭାପତି ଅଛନ୍ତି । ସଂପୃକ୍ତ କଲେଜର ଅଧ୍ୟକ୍ଷମାନେ ଗଭର୍ଣ୍ଣିଂବଡିର ସମ୍ପାଦକ ଦଦାୟିତ୍ୱ ନିର୍ବାହ କରୁଛନ୍ତି ।

ଓଡିଶା ଡଟ୍ କମ୍

Exit mobile version