Site icon Odisha.com

ଦୁଇ ଦିବସୀୟ ଜାତିମୁଖିଆ ମହାସମ୍ମିଳନୀ ଉଦ୍ଘାଟିତ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡିସେମ୍ବର ୨୯(ଓଡିଶା ଡଟ୍ କମ୍ )-ଜାତି ଜନଜାତି ସାଂସ୍କୃତିକ ସମାରୋହ ସମିତି ଦ୍ୱାରାଦଦୁଇ ଦିବସୀୟ ଜାତିମୁଖିଆ ମହାସମ୍ମିଳନୀ ଶନିବାର ଭୁବନେଶ୍ୱର ରାଷ୍ଟ୍ରଭାଷା ପଡିଆରେ ଉଦ୍ଘାଟିତ ହୋଇଯାଇଛି । ଏହି ସଭା ଦଦୁଇ ଦିନଧରି ଚାଲିବ ।

ରବିବାର ରାଷ୍ଟ୍ରଭାଷା ପ୍ରଚାର ସମିତି ପଡିଆରୁ ତିରିଶ ହଜାର ଜନଜାତିଙ୍କର ଏକ ବିଶାଳ ଶୋଭାଯାତ୍ରା ବାହାରି ଲୋୟର ପିଏମ୍ଜି ଠାରେ ପହଁଚିବ । ସେଠାରେ ଅପରାହ୍ନ ୨ ଘଟିକାରେ ଏକ ବିରାଟ ସଭା ଅନୁଷ୍ଠିତ ହେବ ବୋଲି କାର୍ଯ୍ୟକ୍ରମର ମିଡିଆ ସଂଯୋଜକ ଅଶୋକ କୁମାର ସାହୁ ଜଣାଇଛନ୍ତି ।

ଏହି ସମ୍ମିଳନୀରେ ଓରାମ ସମାଜର ସଭାପତି ପରେଶ୍ୱର ବାଲା,ଗଣ୍ଡ ସମାଜର ସଭାପତି ଶ୍ୟାମ ସିଂ ମାଝି,କୈବତ ସମାଜର ସଭାପତି ଧ୍ରୃବ ଭାଇ, ପ୍ରତ୍ୟେକ ସମାଜର ସଭାପତି,ସମ୍ପାଦକ,ଉପସଭାପତି ଓ ସହ ସଂପାଦକଙ୍କ ସମେତ ପ୍ରାୟ ୧୫୦୦ ଉର୍ଦ୍ଧ ଜାତି,ଜନଜାତି ଓ ଉପଜାତିର ମୁଖିଆମାନେ ସମ୍ମିଳିତ ହୋଇଛନ୍ତି ।

ଓଁକାର ଧ୍ୱନୀ,ଜୟ ଜଗନ୍ନାଥ ,ଭାରତ ମାତାକି ଜୟ,ବନେ୍ଦ ମାତରଂ ପ୍ରଭୃତି ଧ୍ୱନୀରେ ସଭାସ୍ଥଳ ମୁଖରିତ ହେଉଅଛି । ଏଥିରେ ସମସ୍ତ ଜାତି,ଜନଜାତି ଓ ଉପଜାତି ମାନଙ୍କର ସମସ୍ୟା,ଆର୍ଥିକ ବିକାଶ,ଶିକ୍ଷାର ବିକାଶ,ସ୍ୱଦେଶୀ,ସଂସ୍କୃତି ଓ ପରମ୍ପରାର ସୁରକ୍ଷା ,ଗୋହତ୍ୟା ବନ୍ଦ,ଆଦର୍ଶ ହିନ୍ଦୁ ପରିବାର,ଆଦିବାସୀମାନେ ହିଁ ହିନ୍ଦୁ,ଧର୍ମାନ୍ତରିକରଣ ଓ ପରାବର୍ନ,ସରକାରୀ ଯୋଜନାର କାର୍ଯ୍ୟକାରୀତା,ସାମାଜିକ ସମରସତା ବିଷୟରେ ଆଲୋଚନା କରାଯାଉଛି ।

ବିଶିଷ୍ଟ ସମାଜସେବୀ ଡକ୍ଟର କୃଷ୍ଣ ଗୋପାଳ ଜୀ ଶ୍ରୀ ଜଗନ୍ନାଥ ଓ ଭାରତମାତାଙ୍କ ମୂର୍ତ୍ତି ନିକଟରେ ଦ୍ୱୀପ ପ୍ରଜ୍ୱଳନ କରି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ । ଡକ୍ଟର ଗୋପାଳଜୀ ତାଙ୍କ ଉଦ୍ଘାଟନୀ ଭାଷଣରେ କହିଲେ ଯେ,ଉତ୍କଳ ହେଉଛି ଜଗନ୍ନାଥଙ୍କର ଭୂମି । ପ୍ରଭୃ ଜଗନ୍ନାଥ ସାରା ଦେଶକୁ ସମରସତାର ପ୍ରେରଣା ଦେଇଥାନ୍ତି ।

ଏହି ଭୂମିରେ ଦାସିଆ ବାଉରୀ,ଅନନ୍ତ ଦାସ,ଯଶୋବନ୍ତ ଦାସ,ସାରଳା ଦାସ,ବଳରାମ ଦାସ,ଜଗନ୍ନାଥ ଦାସ ଓ ଭୀମଭୋଇଙ୍କ ସମେତ ଅନେକ ମହାସନ୍ଥମାନେ ଜନ୍ମ ନେଇଛନ୍ତି । ଭାରତରେ ଜାତି ଜନଜାତି ଏକ ବିଶେଷ ବ୍ୟବସ୍ଥା । ଯାହାଦ୍ୱାରାକି ସେମାନେ ବଞ୍ଚିବାର ଉପାୟ ପାଆନ୍ତି ।

ସେଥିପାଇଁ ହିନ୍ଦୁସ୍ଥାନରେ କେହି ଏକଲା ନୁହଁନ୍ତି । କାରଣ ତାଙ୍କ ଜାତି ତାଙ୍କର ସଂରକ୍ଷଣ ପାଇଁ ସବୁ ସମୟରେ ଥାଆନ୍ତି । ଏମାନଙ୍କୁ ରକ୍ଷା କରିବା ପାଇଁ ରାଜା ସିନା ହାରି ଯାଆନ୍ତି କିନ୍ତୁ ସମାଜର ଏହି ଜାତି ମୁଖିଆ ଓ ସାଧୁମାନେ ସେମାନଙ୍କୁ ରକ୍ଷା କରନ୍ତି । ନୈତିକତା ଓ ପ୍ରେମ ରାଜା ବା ମନ୍ତ୍ରୀଙ୍କ ଠାରୁ ମିଳେ ନାହିଁ ବରଂ ଜାତିମୁଖିଆଙ୍କ ଠାରୁ ଏହା ମିଳେ ।

ଅଖିଳ ଭାରତୀୟ ବ୍ରାହ୍ମଣ ସଭାର ସଭାପତି ଡା.ପ୍ରୀୟବ୍ରତ ରଥ କହିଲେ ଯେ,ଜାତିର ଅର୍ଥନୁହେଁ ଯେ,ହିନ୍ଦୁ ସମାଜ ଓ ଭାରତକୁ ଖଣ୍ଡ ଖଣ୍ଡ କରିବା । ବରଂ ହିନ୍ଦୁ ଏକତା ବା ଭାରତର ଅଖଣ୍ଡତାକୁ ଏହା ପରିପୃଷ୍ଣ କରୁଛି । ଏହି କଥାକୁ ଚେତାଇ ଦେବାପାଇଁ ଏହି ଜାତି ଜନଜାତି ମହାସମ୍ମିଳନୀର ଉଦେ୍ଧଶ୍ୟ । ଏହିଭଳି ସମ୍ମିଳନୀ ସାରା ଦେଶରେ ହେଲେ ଦେଶକୁ କେହି ଭାଗ ଭାଗ କରିପାରିବେ ନାହିଁ ।

ଅବସର ପ୍ରାପ୍ତ ରାଷ୍ଟ୍ରଦୂତ ଶ୍ରୀ ଅବସର ବେହୁରୀଆ କହିଲେ ଯେ ପେସାକୁ ନେଇ ଜାତି ଜନଜାତି ସୃଷ୍ଟି ହୋଇଥିଲା । କିନ୍ତୁ ସୁବିଧାବାଦୀ ମାନଙ୍କ ଯୋଗୁ କାଳକ୍ରମେ ବିଭେଦ ସୃଷ୍ଟି ହେଲା । ଏବେ ସୁଯୋଗ ଆସିଛି । ଆମେ ପୁଣି ଦେଶର ଭଲ ପାଇଁ ଏକାଠି ହେବା ଓ ବିଭେଦ ଦୁର କରିବା ।

ସମାରୋହ ସମିତିର ସଭାପତି ବରିଷ୍ଠ ସାମ୍ବାଦିକ ଶ୍ରୀ ଅରୁଣ ପଣ୍ଡା କହିଲେ ଯେ,ସମସ୍ତ ଜାତି ଓ ଜନଜାତି ରାମ,କୃଷ୍ଣ,ପର୍ଶୁରାମଙ୍କର ଭକ୍ତ । ତେଣୁ କୌଣସି ଜାତି ବଡ ନୁହେଁ କି ଛୋଟ ନୁହେଁ । ତେଣୁ ସମସ୍ତେ ହେଉଛନ୍ତି ଭାରତୀୟ । ସମସ୍ତେ ହିନ୍ଦୁ ଏବଂ ସମସ୍ତେ ଉତ୍କଳୀୟ ।

ସ୍ୱାଗତ ସମିତିର ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ନାୟକ ଆଇଏଏସ୍ ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀ ଅନନ୍ତ କୁମାର ଜେନା ସମସ୍ତ ସାଧୁସନ୍ଥ ଓ ମୁଖିଆମାନଙ୍କୁ ସ୍ୱାଗତ କରିଥିଲେ ଓ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୃତି ଦେଇଥିଲେ ।

ଆଜିର ଏହି ଉଦ୍ଘାଟନିି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ଶ୍ରୀ ମୁକୁନ୍ଦରାଓ ପଣସିକର,ସେତୁ ମାଧବନ,ମନମୋହନ ବୈଦ୍ୟ ଓ ସୁନୀଲପଦ ଗୋସ୍ୱାମୀ ଯୋଗଦେଇଥିଲେ । ଆଜି ସଂଧ୍ୟା ୬ ଘଟିକା ସମୟରେ ଉକ୍ତ ସ୍ଥାନରେ ବିଭିନ୍ନ ଜାତି ଜନଜାତିମାନଙ୍କ ଦ୍ୱାରାଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଓଡିଶା ଡଟ୍ କମ୍

Exit mobile version