ଓଡିଶା ଖବର

ଟ୍ରକ ଧକ୍କାରେ ମହିଳା ମୃତ,ଉତେଜନା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୩୦(ଓଡିଶା ଡଟ୍ କମ୍)-ରବିବାର ଦିନ ୧୧ଟା ସମୟରେ ବାଳକାଟି ବଜାରର ମଝିରେ ଏକ ମର୍ମତୁଦ ଘଟଣା ଘଟିଛି ।

ଭୁବନେଶ୍ୱରରୁ ବାଲିପାଟଣା ଅଭିମୁଖେ ଏକ ୟୁଟି(ନଂ ଓଆରଏକୁ୍ୟ-୯୩୯୦)ରେ ଏକ ଦମ୍ପତି ଯାଉଥିବା ବେଳେ ଗାଡିର ପଛପଟେ ଟ୍ରକ ଧକ୍କା ଦେବାଦ୍ୱାରା ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।

ପ୍ରାୟ ୨ ଘଣ୍ଟାଧରି ରାସ୍ତାରେ ଶବ ପଡିବାଦ୍ୱାରା ଉତେଜିତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପୋଲିସ ବିଳମ୍ବରେ ପହଞ୍ଚିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଓଡିଶା ଡଟ୍ କମ୍

Leave a Reply

This site uses Akismet to reduce spam. Learn how your comment data is processed.