Site icon Odisha.com

ରାଜ୍ୟବ୍ୟାପୀ ଗୃହରକ୍ଷୀ ମହାସଂଘର ଧାରଣା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧(ଓଡିଶା ଡଟ୍ କମ୍)-ଦୈନିକ ଭତା ବୃଦ୍ଧି ଓ ଛଟେଇ ଗୃହରକ୍ଷୀଙ୍କ ପୁର୍ନ ନିଯୁକ୍ତ.,କଲ୍ୟାଣ ପାଂଠି ଗଠନ,ସୁରକ୍ଷା ଆଦି ଛଅ ଦଫା ଦାବିରେ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଡାକରା ଦେଇଛି ନିଖିଳ ଉତ୍କଳ ଗୃହରକ୍ଷୀ ବାହିନୀ ମହାସଂଘ ।

ମଙ୍ଗଳବାର ଦିନ ଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ରାଜ୍ୟର ପ୍ରାୟ ୧୮ ହଜାର ଗୃହରକ୍ଷୀ ।କଟକ ବକ୍ସିବଜାର ପୋଲିସ ଲାଇନ୍ ରେ ଏକଜୁଟ ହୋଇ ଆଲୋଚନା କରିଛନ୍ତି ଗୃହରକ୍ଷୀମାନେ । ନିଖିଳ ଉତ୍କଳ ଗୃହରକ୍ଷୀ ବାହିନୀ ଡାକରାରେ ରାଜ୍ୟର ସବୁ ପ୍ରାନ୍ତରେ ଗୃହରକ୍ଷୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।

ଧର୍ମଘଟ ଯୋଗୁଁ ଭୁବନେଶ୍ୱରରେ ଟ୍ରାଫିକ୍ ନିୟନ୍ତ୍ରଣ,ପିସିଆର ଭ୍ୟାନସେବା ଏବଂ ଅଫିସରଙ୍କ ଗାଡି ଚାଳନାରେ ବିଭ୍ରାଟ ହୋଇଛି । ସମ୍ବଲପୁର, ରାଉରକେଲା, ଜଗତସିଂପୁର,କଟକ,ବ୍ରହ୍ମପରୁ,ବାଲେଶ୍ୱର ଆଦି ବିଭିନ୍ନ ସହରରେ ସେମାନଙ୍କ ଅନୁପସ୍ଥିତ ଯୋଗୁ ବିଭିନ୍ନ ପ୍ରକାର ଅସୁବିଧାରେ ସମ୍ମୁଖିନ ହେଇଛନ୍ତି ଜନସାଧାରଣ ।

ନିଖିଳ ଓଡିଶା ଗୃହରକ୍ଷୀ ମହାସଂଘର ସଭାପତି ସଂଜୟ ବେହେରା କହିଛନ୍ତି,ଯେପର୍ଯ୍ୟନ୍ତ ଆମର ଛଅ ଦଫା ଦାବୀ ପୁରଣ ନହୋଇଛି ସେପର୍ଯ୍ୟନ୍ତ ଆମେ ଆନ୍ଦୋଳନ କରିବୁ ।

ଓଡିଶା ଡଟ୍ କମ୍

Exit mobile version