Site icon Odisha.com

କ୍ରାଇମ ଓ କ୍ରୀମିନାଲ ଟ୍ରାକିଙ୍ଗ ନେଟୱାର୍କିଂ ବ୍ୟବସ୍ଥାର ଉଦଘାଟନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜାନୁଆରୀ ୧୩(ଓଡିଶା ଡଟ୍ କମ୍)-ସ୍ଥାନୀୟ ବକ୍ସିବଜାରସ୍ଥିତ ଆଇପିଏସ ଅଫିସର ସମ୍ମିଳନୀ ଗୃହରେ ଦୁଇଦିନିଆ ଆଇପିଏସ ସମ୍ମିଳନୀର ଶନିବାର ଦିନ ଉଦଯାପନ ହୋଇ ଯାଇଛି ।

ଏହି ଅବସରରେ ମୁଖଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ‘କ୍ରାଇମ ଓ କ୍ରୀମିନାଲ ଟ୍ରାକିଙ୍ଗ ନେଟୱାର୍କିଂ ବ୍ୟବସ୍ଥା’ର ଉଦଘାଟନ କରିଥିଲେ ।

ଏହି ଉତ୍ସବରେ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ, ଗୃହ ସଚିବ ଉପେନ୍ଦ୍ର ବେହେରା, ପୁଲିସ ମହାନିର୍ଦେଶକ ପ୍ରକାଶ ମିଶ୍ର, ଅତିରିକ୍ତ ପୁଲିସ ମହାନିର୍ଦେଶକ ସଞ୍ଜିବ ମାରିକ, ଆଇଜି ଦେବାଶିଷ ପାଣିଗ୍ରାହୀ, ସଞ୍ଜିବ ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।

ପ୍ରାଥମିକ ଅବସ୍ଥାରେ ଏହା ଅନୁଗୋଳ ଓ କେନ୍ଦ୍ରାପଡା ଜିଲାରେ କାର୍ଯ୍ୟକାରୀ ହୋଇଛି । ୨୦୧୩ସୁଦ୍ଧା ସମଗ୍ର ରାଜ୍ୟରେ ଏହି ନେଟୱାର୍କିଂ ବ୍ୟବସ୍ଥା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପୁଲିସ ମହାନିର୍ଦେଶକ ପ୍ରକାଶ ମିଶ ସୂଚନା ଦେଇଥିଲେ ।

ସେ କହିଲେ ପରବର୍ତୀ ସମୟରେ ଏହି ବ୍ୟବସ୍ଥାରେ ରାଜ୍ୟର ସମସ୍ତ ୫୮୧ଟି ଥାନା, ୧୧୧ଟି ଏସଡିପିଓ/ଏସିପି କାର୍ଯ୍ୟାଳୟ, ୩୬ଟି ଏସପି ଅଫିସ, ୩୭ଟି ପୁଲିସ କଣ୍ଟ୍ରୋଲ ରୁମ, ୮ଟି ରେଞ୍ଜ ଅଫିସ, କମିଶନରେଟ ମୁଖ୍ୟାଳୟ ଓ ରାଜ୍ୟ ପୁଲିସ ମୁଖ୍ୟାଳୟ ସହ ସଂଯୋଗ କରାଯିବ ।

ବିଦ୍ୟୁତ ସଂଯୋଗ ନଥିବା ୧୨୫ଟି ଥାନାକୁ ସୌରଶକ୍ତି ବ୍ୟବସ୍ଥା ଯୋଗେ ଏହି ଯୋଜନାରେ ସାମିଲ କରାଯିବ । ନେଟୱାର୍କିଂ ସମ୍ପର୍କରେ ୨୫,୬୦୦ପୁଲିସ କର୍ମଚାରୀଙ୍କୁ ପର୍ଯ୍ୟାୟକ୍ରମେ ତାଲିମ ଦେବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ।

ଓଡିଶା ଡଟ୍ କମ୍

Exit mobile version