Site icon Odisha.com

ଭୂଷଣରେ ପୁଣି ଦୁର୍ଘଟଣା : ଜଣେ ମୃତ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଢେଙ୍କାନାଳ, ଜାନୁଆରୀ ୧୫(ଓଡିଶା ଡଟ୍ କମ୍)-ଭୂଷଣ କାରଖାନାରେ ପୁଣି ଏକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ସେ ହେଉଛନ୍ତି କାରଖାନାର ଫେଜ-୨ ଏଚ୍ଏସ୍ଏମ୍ ରେ କାର୍ଯ୍ୟକରୁଥିବା ଫୁଲଚାନ୍ଦ ଉପାଧ୍ୟାୟ ନାମକ ଜଣେ ଇଲେକ୍ଟିସିଆନ ।

ସେ ସୋମବାର ଦିନ ରାତି ସାଢେ ୮ଟା ସମୟରେ ବିଦ୍ୟୁତ୍ ଆଘାତ ପାଇ ଗୁରୁତର ହୋଇପଡିଥିଲେ । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ଏସ୍ସିବି ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

ଏ ଘଟଣା ନେଇ ସ୍ଥାନୀୟ ଥାନାରେ ଦୁଇଟି ଅଭିଯୋଗ ଦାୟର କରାଯାଇଛି । ଅନ୍ୟପକ୍ଷରେ କାରଖାନାର କତୃପକ୍ଷ ଓ ଶ୍ରମ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । କାରଖାନାରେ ନିଶ୍ଚିତ ସୁରକ୍ଷା ନେଇ ଏହି ବୈଠକରେ ନିଦେ୍ର୍ଧଶ ଦିଆଯାଇଛି ।

ଓଡିଶା ଡଟ୍ କମ୍

Exit mobile version