Site icon Odisha.com

ସହକାରୀ ମତ୍ସ୍ୟ ଅଧିକାରୀ ଚାକିରିରୁ ବହିଷ୍କୃତ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୧୬(ଓଡିଶା ଡଟ୍ କମ୍)- ପୂର୍ବତନ ସହକାରୀ ମତ୍ସ୍ୟ ଅଧିକାରୀ ଦ୍ୟୁତୀକୃଷ୍ଣ ପଣ୍ଡାଙ୍କୁ ରାଜ୍ୟ ସରକାର ଚାକିରିରୁ ବହିଷ୍କୃତ କରିଛନ୍ତି । ଏ ସଂକ୍ରାନ୍ତରେ ମଙ୍ଗଳବାର ରାଜ୍ୟ ସରକାର ଭିଜିଲାନ୍ସ ବିଭାଗକୁ ଅବଗତ କରିଥିବା ଜଣାପଡିଛି ।

ପୁରୀଜିଲା ଅନ୍ତର୍ଗତ ଖିରିସାହି ଗ୍ରାମର ମତ୍ସ୍ୟଜୀବୀ କାଳୁ ବେହେରା ଏକ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦେବା ସକାଶେ ପୂର୍ବତନ ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ ପଣ୍ଡା ୧୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଶ୍ରୀ ବେହେରାଙ୍କଠାରୁ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ । ପରେ ଶ୍ରୀ ପଣ୍ଡାଙ୍କ ବିରୋଧରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଅଭିଯୋଗ ଫର୍ଦ ଦାଖଲ କରିଥିଲେ । ଉକ୍ତ ମାମଲାର ବିଚାର କରି ୨୦୧୨ ନଭେମ୍ବର ୨୪ତାରିଖ ଭିଜିଲାନ୍ସ କୋର୍ଟ ଶ୍ରୀ ପଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ।

ଓଡିଶା ଡଟ୍ କମ୍

Exit mobile version