Site icon Odisha.com

କଂଗ୍ରେସ କିମ୍ବା ବିଜେପି ସହିତ ବୁଝାମଣାର ସମ୍ଭାବନା ନାହିିଁ :ନବୀନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୦(ଓଡିଶା ଡଟ୍ କମ୍)- ଆଗାମୀ ନିର୍ବାଚନରେ କଂଗ୍ରେସ କିମ୍ବା ବିଜେପି ସହିତ କୌଣସି ପ୍ରକାର ବୁଝାମଣାର ସମ୍ଭାବନା ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କଂଗ୍ରେସ ବିଜେଡି ଏବଂ ଜେଡି(ୟୁ) ଭଳି ସମଭାବାପନ୍ନ ଦଳ ସହିତ କଥାବାର୍ତା ପାଇଁ ଦ୍ୱାର ଉନ୍ମୁକ୍ତ ରହିଛି ବୋଲି ଜୟପୁରଠାରେ ଅନୁଷ୍ଠିତ କଂଗ୍ରେସର ଚିନ୍ତନ ଶିବିରରେ ଯୋଗଦେବା ଅବସରରେ କେନ୍ଦ୍ର ମନ୍ତ୍ରୀ କମଳନାଥ ଗଣମାଧ୍ୟମକୁ ବିବୃତି ଦେଇଥିଲେ ।

ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ପୂର୍ବରୁ ଏ ସମ୍ପର୍କରେ ସ୍ପଷ୍ଟ ମତରଖିସାରିଛନ୍ତି । ତେଣୁ କଂଗ୍ରେସ କିମ୍ବା ବିଜେପି ସହିତ କୌଣସି ପ୍ରକାର ବୁଝାମଣାର ସମ୍ଭାବନା ନାହିଁ ବୋଲି ଶ୍ରୀ ପଟ୍ଟନାୟକ ସାମ୍ବାଦିକମାନଙ୍କୁ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version