Site icon Odisha.com

ଓଡିଶାରେ ପାକିସ୍ଥାନକୁ ଖେଳାଇ ଦିଆଯିବ ନାହିଁ -ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ,୨୧(ଓଡିଶା ଡଟ୍ କମ୍)-ମଙ୍ଗଳବାର ଦିନ ଓଡିଶା ଗସ୍ତରେ ଆସିବାକୁ ଥିବା ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡର ସଦସ୍ୟମାନଙ୍କ ଆଗରେ ବ୍ୟାପକ ଧାରଣା ପ୍ରଦର୍ଶନ କରାଯିବାସହ ତାଙ୍କର କଟକ ଗସ୍ତକୁ ବାଧାଦେବ ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ।

ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ସଂଯୋଜକ ମହେଶ ମିଶ୍ର ଏ ବିଷୟ ପ୍ରକାଶ କରିବା ସହିତ କହିଛନ୍ତି ଯେ, ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ ତଥା ଭାରତ ସରକାର ଅହେତୁକ ଅନୁକଂପା ପ୍ରଦର୍ଶନ ପୂର୍ବକ ପାକିସ୍ଥାନ ମହିଳା କ୍ରିକେଟ୍ ଟିମ୍ କୁ ଭାରତରେ ଖେଳିବାର ସୁଯୋଗ ଦିଅନ୍ତି ତେବେ ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ ର ସମସ୍ତ ସଦସ୍ୟ ତଥା ଜନସାଧାରଣଙ୍କ ଦଦ୍ୱାରାବ୍ୟାପକ ଆନ୍ଦୋଳନ କରାଯିବ ।

ଶ୍ରୀ ମିଶ୍ର କହିଛନ୍ତି ଯେ,ଗତ କିଛିଦିନ ତଳେ ପାକିସ୍ତାନ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରି ଏବଂ ଯୁଦ୍ଧ ବିରତି ରାଜିନାମାକୁ ଉଲ୍ଲଘଂନ କରି ଦଦୁଇ ଭାରତୀୟ ସୈନିକଙ୍କୁ ବର୍ବୋରଚିତ ହତ୍ୟା କରିବା ଏବଂ ଅତ୍ୟନ୍ତ ନୃଶଂସଭାବରେ ତାଙ୍କ ମୁଣ୍ଡ କାଟିନେଇ ପଳାଇଯିବା ଘଟଣା ଯେତିକି ହୃଦୟ ବିଦାରକ ସେତିକି ନିନ୍ଦନୀୟ ।

ପାକିସ୍ଥାନ ଦଦ୍ୱାରାଏହା ଏକମାତ୍ର ଘଟଣା ନୁହେଁ । ଗତକିଛି ବର୍ଷ ଧରି ଭାରତରେ ଆତଙ୍କବାଦ ଜରିଆରେ ବିଶୃଙ୍ଖଳା ସୃଷ୍ଟି କରିବା ଏବଂ ଧନଜୀବନ ହାନିକରି ଏ ଦେଶକୁ ଦୁର୍ବଳ କରିବା ପାଇଁ ପାକିସ୍ଥାନ ସଦା ତତ୍ପର ରହିଆସିଛି ।

ଆନ୍ତର୍ଜାତିକ ଚାପ ଏବଂ ନିଜର କୁକର୍ମକୁ ଲୁଚାଇବା ପାଇଁ ପାକିସ୍ଥାନ ତରଫରୁ କେବଳ ଲୋକ ଦେଖାଣିଆ ଭାବରେ କେତେବେଳେ ଶାନ୍ତିବାର୍ତା  କେତେବେଳେ ବନ୍ଧୁତ୍ୱର ସ୍ୱର ଶୁଣା ଯାଉଅଛି ।

କିନ୍ତୁ ଥରକୁ ଥର ଏହିଭଳି ଛଳନା ପଛରେ ଯେ ଅନ୍ୟ ଏକ ଅଭିସନ୍ଧି ମୂଳକ ଉଦ୍ଦେଶ୍ୟ ରହିଛି ଏକଥା ୧୯୪୭ ମସିହା ଠାରୁ ଆଜି ପର୍ଯ୍ୟନ୍ତ ହେଉଥିବା ଏକାଧିକ ଆକ୍ରମଣରୁ ସ୍ପଷ୍ଟ ବାରି ହେଉଅଛି ।

ଏହି ପରିପ୍ରେକ୍ଷୀରେ ଗତ କିଛିଦିନ ତଳେ ଘଟିଥିବା ଘଟଣାର ଦୁଃଖ ଏବଂ ଗ୍ଲାନି ଏ ଦେଶର ଦେଶବାସୀଙ୍କ ମନରୁ ଲିଭିନଥିବା ବେଳେ ପାକିସ୍ଥାନର ମହିଳା କ୍ରିକେଟ୍ ଟିମ୍ କୁ ଭାରତ ମାଟିରେ ସ୍ୱାଗତ କରି ଏ ଦେଶରେ ବିଶ୍ୱକପ୍ ଖେଳିବାର ସୁଯୋଗ ଦେବା ଆଦୌ ସମୀଚୀନ ନୁହେଁ ବୋଲି ଆମର ଦୃଢ ବିଶ୍ୱାସ ।

ଏଭଳି ଏକ ପଦକ୍ଷେପ କେବଳ କଟା ଘା’ରେ ଚୂନ ଦେଲାଭଳି ଏବଂ ଏହାଦଦ୍ୱାରାଦଦୁଇ ଦେଶର ସଂପର୍କରେ କୌଣସି ଉନ୍ନତି ହେବା ପରିବର୍ତେ ଏହା ଆମ ଦେଶର ସାଧାରଣ ମନୋବଳକୁ ନିଶ୍ଚିତଭାବେ ଦୁର୍ବଳ କରିବ ।

ତେଣୁ କଟକର ବାରବାଟୀ ଠାରେ ପ୍ରସ୍ଥାବିତ ମହିଳା ବିଶ୍ୱକପ୍ ମ୍ୟାଚ୍ ରୁ ପାକିସ୍ଥାନ ଟିମ୍ କୁ ବାଦ ଦିଆଯାଇ ଅବଶିଷ୍ଟ ମ୍ୟାଚ୍ ଖେଳାଯାଉ ଏବଂ ପାକିସ୍ଥାନ ଟିମ୍ ର ଭାରତ ଆଗମନକୁ ବାତିଲ କରାଯାଉ ବୋଲି ଶ୍ରୀ ମିଶ୍ର ଦାବୀ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ସଦସ୍ୟ ରଣଜିତ ସିଂ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

Exit mobile version