Site icon Odisha.com

ଆଜିଠୁ ସବୁ ଡିଏଭିରେ ପାଠପଢା ବନ୍ଦ

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜାନୁଆରୀ ୨୪(ଓଡିଶା ଡଟ୍ କମ୍)-ଗୁରୁବାର ଠାରୁ ରାଜ୍ୟର ସମସ୍ତ ଡିଏଭି ସ୍କୁଲରେ ପାଠପଢା ବନ୍ଦ ରହିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଅଧ୍ୟକ୍ଷ କେସି ଶତପଥୀ ପ୍ରକାଶ କରିଛନ୍ତି ।

ମଙ୍ଗଳବାର ଦିନ କଟକରେ ଡିଏଭି ସ୍କୁଲରେ ଉତ୍ୟକ୍ତ ଅଭିଭାବକମାନେ ଅଧ୍ୟକ୍ଷାଙ୍କୁ ଗାଳିଗୁଲଜ ଓ ଅଶ୍ଲୀଳ ବ୍ୟବହାର କରିବା ସହ କ୍ୟାମ୍ପସରେ ଭଙ୍ଗାରୁଜା କରିବା ପ୍ରତିବାଦରେ ସେମାନେ ଏପରି ନିଷ୍ପତି ନେଇଛନ୍ତି ।

ଆକ୍ରମଣକାରୀଙ୍କୁ ଗିରଫ କରାଯିବ ସହ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କୁ ସୁରକ୍ଷା ପାଇଁ ପୁଲିସ୍ଠାରୁ ନିର୍ଭର ପ୍ରତିଶ୍ରୃତି ନ ମିଳିବା ପର୍ଯ୍ୟନ୍ତ ଏହି ବନ୍ଦ ଜାରି ରହିବ ।

ଏହି ବନ୍ଦ ଯୋଗୁଁ ଶିକ୍ଷକ,ଶିକ୍ଷୟତ୍ରୀମାନେ ସ୍କୁଲ ଆସିବେ ନାହିଁ । ଏହି ନିଷ୍ପତି ନେଇଛନ୍ତି ବିଭିନ୍ନ ଡିଏଭି ସ୍କୁଲର ଅଧ୍ୟକ୍ଷମାନେ । ଯାହାଫଳରେ ୪୨ଟି ଡିଏଭି ସ୍କୁଲରେ ପାଠପଢା ବାଧାପ୍ରାପ୍ତ ହେବ ।

ରାଜ୍ୟରେ ୪୨ଟି ସ୍କୁଲରେ ପ୍ରାୟ ୫ ହଜାର ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି । ସେହିପରି ଓଡିଏମ୍ ସ୍କୁଲର ଅଧ୍ୟକ୍ଷ ଡ.ଏସ୍ ମୀନକେତନ,ମଦର୍ସ ସ୍କୁଲର ଅଧ୍ୟକ୍ଷା ପଲ୍ଲୀ ପଟ୍ଟନାୟକ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏହି ବିବାଦର ସମାଧାନ ନହେଲେ ରାଜ୍ୟର ସମସ୍ତ ଇଂରାଜୀ ମାଧ୍ୟମିକ ସ୍କୁଲ ପ୍ରତିବାଦରେ ସାମିଲ ହେବେ ।

ଓଡିଶା ଡଟ୍ କମ୍

Exit mobile version