Site icon Odisha.com

ମାଓବାଦୀ ଗୁଳିରେ ପୂର୍ବତନ ସମିତି ସଭ୍ୟ ନିହତ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଚିତ୍ରକୋଣ୍ଡା, ଜାନୁଆରୀ ୩୦(ଓଡିଶା ଡଟ୍ କମ୍)-ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାର ଅପରପାଶ୍ୱର୍ରେ ଥିବା ବିଚ୍ଛିନ୍ନାଞ୍ଚଳ ବଡ଼ପଡ଼ା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ କମୁଳୁଲୋଚନ ଅନୁକମ(୩୦)ଙ୍କୁ ପୁଲିସ ଗୁପ୍ତଚର ସନ୍ଦେହରେ ମାଓବାଦୀମାନେ ମଙ୍ଗଳବାର ଦିନ ୧୨ଟାରେ ଗୁଳିକରି ହତ୍ୟା କରିଛନ୍ତି ।

ପୋଲିସ କମଳୁଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଗତ ୬ମାସ ମଧ୍ୟରେ ମାଓବାଦୀଙ୍କ ବିଚ୍ଛିନ୍ନାଞ୍ଚଳରେ ଏହା ତୃତୀୟ ହତ୍ୟାକାଣ୍ଡ ହୋଇଥିବାବେଳେ ଚଳିତ ବର୍ଷର ଏହା ମାଓବାଦୀଙ୍କ ପ୍ରଥମ ହିଂସାକାଣ୍ଡ ।

ଜିଲାପାଳ ଭିନୀଲ କ୍ରୀଷ୍ଣା ଅପହରଣ ସମୟରେ ପ୍ରଶାସନର ମଧ୍ୟସ୍ଥି ସାଜି ଆଦିବାସୀଙ୍କୁ ଉସକାଉଥିବା ସଂପର୍କରେ ମାଓବାଦୀମାନେ ତାଙ୍କୁ ବହୁ ପୂର୍ବରୁ ଟାର୍ଗେଟ କରିଥିବା ଜଣାପଡିଛି ।

ବିଭିନ୍ନ ସରକାରୀ, ବେସରକାରୀ କର୍ମଚାରୀମାନେ ଉକ୍ତ ବଡ଼ପଡ଼ା ଓ ପାପରପେଟଲା ପଞ୍ଚାୟତରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରିବା ପୂର୍ବରୁ ତାସହ ଆଲୋଚନା କରୁଥିବା, ପୁଲିସ ସହିତ ଯୋଗସୂତ୍ର ରଖି ମାଓବାଦୀ କ୍ୟାମ୍ପ ଉପରେ ଚଢ଼ଉ କରାଇବା ଆଦି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହକରି ପ୍ରାୟ ୮ରୁ୧୦ଜଣ ସଶସ୍ତ୍ର ମାଓବାଦୀ କମୁଳୁ ଘରୁ ଡ଼ାକିନେଇଥିଲେ । ବିଚ୍ଛିନ୍ନାଞ୍ଚଳ ଜାନବାଇ ଡ଼ଙ୍ଗାଘାଟ ନିକଟସ୍ଥ ବାଇଲିଗୁମ୍ମାଠାରେ ଦିନ ୧୨ଟାରେ ଗୁଳିକରି ହତ୍ୟା କରିଥିବା ଜଣାପଡିଛି ।

ଓଡିଶା ଡଟ୍ କମ୍

Exit mobile version