Site icon Odisha.com

କଟକରେ ବିଜେପିର ପ୍ରତିବାଦ ଶୋଭାଯାତ୍ରା

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜାନୁଆରୀ ୩୧(ଓଡିଶା ଡଟ୍ କମ୍)-ଓଡିଶାରେ ପାକିସ୍ତାନ ମହିଳା ଦଳ ବିଶ୍ୱକପ୍ କ୍ରିକେଟ ମ୍ୟାଚ ଖେଳିବାକୁ ବିଭିନ୍ନ ମହଲରେ ବିରୋଧ କରାଯାଇ ଆସୁଥିବାବେଳେ ବିଜେପି ବିରୋଧ ପ୍ରଦର୍ଶନ ପୂର୍ବକ ରାସ୍ତାକୁ ଓହ୍ଲାଇଛି ।

ଓଡିଶା ମାଟିରୁ ପାକିସ୍ତାନ ଦଳ ଫେରିଯାଅ । ପାକିସ୍ତାନ ଗୋବ୍ୟାକର ସ୍ଲୋଗାନ ଦେଇ ବିଜେପି ପକ୍ଷରୁ ସ୍ଥାନୀୟ ବକ୍ସିବଜାର ସ୍ଥିତ ଗୋପବନ୍ଧୁ ପାର୍କ ନିକଟରୁ ଏକ ଶୋଭାଯାତ୍ରା ଷ୍ଟାଡିୟମ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲା ।

କମିଶନରେଟ ପୋଲିସ ପକ୍ଷରୁ ୨ ହଜାରରୁ ଅଧିକ ବିଜେପି କର୍ମୀଙ୍କୁ ଗିରଫ କରାଯାଇଛି । ବିଜେପି ନେତା ଅଶୋକ ସାହୁ ଓ ବିଜେପି ରାଜ୍ୟ ସଂପାଦକ ନୟନ କିଶୋର ମହାନ୍ତିଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଓଡିଶାରେ ପାକିସ୍ତାନ କ୍ରିକେଟ ଦଳ ଖେଳିବାକୁ ତୀବ୍ର ବିରୋଧ କରିଥିଲେ ।

ଷ୍ଟାଡିୟମକୁ ସଂପୂର୍ଣ୍ଣ ସୁରକ୍ଷା ବଳୟରେ ରଖାଯାଇଥିବାରୁ ଗୁରୁବାର ବିଜେପି ପକ୍ଷରୁ ଅନୁଷ୍ଠିତ ଶୋଭାଯାତ୍ରାକୁ ପ୍ରତିହତ କରିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ବିଜେପି ନେତା ନୟନ କିଶୋର ମହାନ୍ତି କହିଥିଲେ ଯେ ଆମେ ବିଶ୍ୱକପକୁ ବିରୋଧ କରୁ ନାହୁଁ କିନ୍ତୁ ପାକିସ୍ତାନ ଦଳ ଏଠାରେ ମ୍ୟାଚ ଖେଳିବାକୁ ତୀବ୍ର ବିରୋଧ କରୁଛୁ । ପାକିସ୍ତାନ ସେନା ଭାରତୀୟ ଜବାନଙ୍କ ମୁଣ୍ଡ କାଟ କରିବ । ଘଟଣା ନିନ୍ଦନୀୟ । ଏହାସତ୍ୱେ ପାକିସ୍ତାନ ସହ କ୍ରିକେଟ ସଂପର୍କକୁ ବିଜେପି ପକ୍ଷରୁ ଗୁରୁବାର ଏଠାରେ ବିରୋଧ କରାଯାଇଛି ।

ବିଜେପି ନେତା ଅଶୋକ ସାହୁ କହିଛନ୍ତି ଯେ ମହାରାଷ୍ଟ୍ରରେ ସରକାର ଖେଳ କରିନଥିବା ବେଳେ ଓଡିଶାରେ ପାକିସ୍ତାନ ଦଳକୁ ଖେଳିବାକୁ ରାଜ୍ୟ ସରକାର ସୁରକ୍ଷା ଯୋଗାଇବା ଦୁର୍ଭାଗ୍ୟ ଜନକ । ପାକିସ୍ତାନ ଦଳ ଏହି ମାଟିରୁ ଫେରିଯାଉ ବୋଲି ଶ୍ରୀ ସାହୁ କହିଛନ୍ତି ।

ଓଡିଶା ଡଟ୍କମ୍

Exit mobile version