Site icon Odisha.com

ମାଲକାନଗିରି: ୨୯ ଜଣ କଏଦୀଙ୍କ ଅନଶନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ଜାନୁଆରୀ ୩୧(ଓଡିଶା ଡଟ୍ କମ୍)-ମାଲକାନଗିରି ସଦର ମହକୁମା ସ୍ଥିତ ମୁଖ୍ୟ କାରାଗାରରେ ପ୍ରାୟ ୨୯ ଜଣ କଏଦୀ ଅନଶନରେ ବସିଛନ୍ତି । ଏମାନଙ୍କ ନାମରେ ନକ୍ସଲ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ ଉପରେ କେସ ମାନ ରହିଛି ।

କଏଦୀମାନେ ଆମରଣ ଅନଶନ କରିଥିବା ଯୋଗୁଁ ଜେଲ୍ କତୃପକ୍ଷ ଓ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ଜିଲ୍ଲାପାଳ ଅତିରିକ୍ତ ଦଦାୟିତ୍ୱ ଥିବା ପିଡିଆରଡିଏ ବିଶ୍ୱମୋହନ ରାୟ ଜେଲ ମଧ୍ୟକୁ ଯାଇ ଜେଲ କଏଦୀମାନଙ୍କୁ ବୁଝାଇଥିଲେ ମଧ୍ୟ କଏଦୀମାନେ ଅନଶନ ଜାରି ରଖିଛନ୍ତି ବୋଲି ଶ୍ରୀ ରାୟ ପ୍ରକାଶ କରିଛନ୍ତି । ୪ ଦଫା ଦାବି ନେଇ ଏହି କଏଦୀମାନେ ଅନଶନ ଚଳାଇଛନ୍ତି ।

ସେଗୁଡିକ ହେଲା ମିଥ୍ୟା ନକ୍ସଲ କେଶ୍ ଗୁଡିକ ପ୍ରତ୍ୟାହାର କରାଯାଉ । ନିଜ ପରିବାର ବର୍ଗଙ୍କୁ ମିଶିବା ପାଇଁ ଅନୁମତି ପ୍ରଦାନ କରାଯାଉ । ଜେଲରେ ଫୋନ୍ ବ୍ୟବସ୍ଥା କରିବା ଏବଂ ଗୋଟିଏ ମୋକଦ୍ଧମାର ଫଇସଲା ହୋଇଗଲା ପରେ ଆଉ ଗୋଟିଏ ମିଥ୍ୟା କେଶ୍ ଯୋଡା ଯାଉଛି ତାହା ପୋଲିସ ପକ୍ଷରୁ ନକରାଯାଉ ।

ଓଡିଶା ଡଟ୍ କମ୍

Exit mobile version