Site icon Odisha.com

ଓଡିଶା ବିଜେପି ନିର୍ବାଚନ: ରାଜନାଥଙ୍କ ସହ ସାକ୍ଷାତ କଲେ ଜୁଏଲ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ପେବୃୟାରୀ ୧ (ଓଡିଶା ଡଟ୍ କମ୍)- ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ରାଜନାଥ ସିଂହଙ୍କ ସହିତ ଓଡିଶା ରାଜ୍ୟ ସଭାପତି ଶ୍ରୀ ଜୁଏଲ ଓରାମ ଆଜି ପୂର୍ବାହ୍ନରେ ଅଶୋକ ରୋଡ୍ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ସୌହାର୍ଦ୍ଧ୍ୟମୂଳକ ସାକ୍ଷାତ କରିଛନ୍ତି ।

ଉକ୍ତ ଆଲୋଚନା ସମୟରେ ଓଡିଶାରେ ଘଟିଥିବା ବିଭିନ୍ନ ଦୁର୍ନୀତି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା ହ୍ରାସ ହେବା ସଂପର୍କରେ ବିଷୟମାନ ଉଠିଥିଲା ।

କେନ୍ଦ୍ରରେ ଦେଶର ଆଭ୍ୟନ୍ତରିଣ ତଥା ବର୍ହିଃସୁରକ୍ଷା କ୍ଷେତ୍ରରେ, ଦରଦାମ୍ ବୃଦ୍ଧି, ବିଭିନ୍ନ ସ୍କାମ୍ ଏବଂ ଉପାସରକାରର ମେଣ୍ଟ ଅଂଶିଦାରଙ୍କ ମଧ୍ୟରେ ମନମାଳିନ୍ୟକୁ କେନ୍ଦ୍ରକରି ବାହାରେ ଯେଉଁ ଦୁର୍ବଳତା ପ୍ରକାଶ ପାଇଛି ତଦଦ୍ୱାରାଓଡିଶାରେ ମଧ୍ୟ ଦୁର୍ବଳ ସ୍ଥିତି ତାହା ସଂପର୍କରେ ଆଲୋଚନା ହୋଇଥିଲା ।

ଓଡିଶାର ଭାଜପା କାର୍ଯ୍ୟକର୍ତାଙ୍କ ମଧ୍ୟରେ ତୃଣମୂଳସ୍ତରରେ ଉତ୍ସାହ ଏବଂ ଅଗାମୀ ନିର୍ବାଚନରେ ଦକ୍ଷତାର ସହ ସଫଳତା ହାସଲ କରିବା ସଂପର୍କରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ସିଂହଙ୍କୁ ଶ୍ରୀ ଜୁଏଲ୍ ଓରାମ ଅବଗତ କରାଇଥିଲେ ।

ଶେଷରେ ଓଡିଶାରେ ବହୁ୍ରତିକ୍ଷିତ ରାଜ୍ୟ ସଭାପତି ନିର୍ବାଚନ ଅତିଶୀଘ୍ର ସମାହିତ ହେବବୋଲି ଶ୍ରୀ ସିଂହ ପ୍ରତିଶୃତି ଦେଇଥିଲେ । ଏ ପ୍ରସଙ୍ଗରେ ଶ୍ରୀ ଓରାମ ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ଦାୟୀତ୍ୱରେ ଥିବା ଶ୍ରୀ ରାମଲାଲଙ୍କ ସହ ଆଉଏକ ଆଲୋଚନା ପରେ ତାରିଖ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ଚୁଡାନ୍ତ ହେବ ବୋଲି ସୂଚନା ଦେଇଛନ୍ତି ।

ଏ ସମସ୍ତ କାର୍ଯ୍ୟ ପେବୃୟାରୀ ୧୫ ତାରିଖ ପୂର୍ବରୁ ତଥା ଜାତୀୟ ପରିଷଦର ନିର୍ଦ୍ଧାରିତ ବୈଠକ ପୂର୍ବରୁ ସମାପ୍ତ ହେବବୋଲି ରାଷ୍ଟ୍ରୀ୍ରୟ ଅଧ୍ୟକ୍ଷ ଶ୍ରୀ ରାଜନାଥ ସିଂହ ପ୍ରତିଶୃତି ଦେଇଛନ୍ତି ।

ଓଡିଶା ଡଟ୍କମ୍

Exit mobile version