Site icon Odisha.com

ଲିଜ୍ ଜମି ୩ ବର୍ଷ ପଡିରହିଲେ ଫେରାଇ ଆଣିବେ ସରକାର

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃଆରୀ ୧(ଓଡିଶା ଡଟ୍ କମ୍)-ଯେଉଁମାନଙ୍କୁ ସରକାରୀ ଜମି ଲିଜରେ ଦିଆଯାଇଛି ସେମାନେ ସେହି ଜମିକୁ ବ୍ୟବହାର ନକିର ପଡିଆ ରଖିଲେ ୩ ବର୍ଷ ପରେ ସରକାର ଜମି ଫେରସ୍ତ ନେବେ । ଏଥିପାଇଁ ସରକାରୀ ଜମି ବନ୍ଦୋବସ୍ତ ଆଇନ ୧୯୬୨ର ଧାରା-୩(ବି)ରେ ସଂଶୋଧନ କରାଯିବ ।

ଭୂମିହୀନ ଓ ବାସହୀନ ଲୋକଙ୍କୁ ଜମି ଦିଆଯାଇଥିଲେ ସେମାନଙ୍କ କ୍ଷେତ୍ରରେ ଏହି ଆଇନ ଲାଗୁହେବନାହିଁ ବୋଲି ଆଜି କ୍ୟାବିନେଟରେ ନିଷ୍ପତି ନିଆଯାଇଛି ବୋଲି ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।

ଶୁକ୍ରବାରବାର ଦିନ ରାଜ୍ୟ କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବାର ସୂଚନା ମିଳିଛି ।

ଗ୍ରୁପ-ସି,ଡି ପଦରେ ଠିକା ନିଯୁକ୍ତି ନିଷିଦ୍ଧ, ୬ ବର୍ଷ କାମ କରିଥିଲେ ଠିକା କର୍ମଚାରୀ ନିୟମିତ ହେବେ । ସର୍ଭିସପ୍ରୋଭାଇଡର ଦେଇଥିବା କର୍ମଚାରୀକୁ ପରୀକ୍ଷା ଦେବାକୁ ପଡିବ ।

ରେଂଜର ନିଯୁକ୍ତିରେ ଫରେଷ୍ଟ୍ରି ପିଲାଙ୍କ ସଂରକ୍ଷଣ,ଜନ୍ମ-ମୃତ୍ୟୁ ପ୍ରମାଣ ପତ୍ରରେ ମାଆଙ୍କ ନାମ ବାଧ୍ୟତାମୂଳକ ।

ଟ୍ରାଫିକ ପୋଲିସଙ୍କ ଲାଗି ସ୍ୱତନ୍ତ୍ର ଚାକିରି ନିୟମାବଳୀ,ସରକାରୀ ଜମି ବନ୍ଦୋବସ୍ତ ଆଇନ ୧୯୬୨ରେ ସଂଶୋଧନ, ଏମ୍ସକୁ ୦.୬୪୨ ଡିସିମିଲ ଜମି ପ୍ରଦାନ ଆଦି ବିଷୟରେ କ୍ୟାବିନେଟ ବୈଠକରେ ଆଲୋଚନା ହୋଇଯାଇଛି ।

ଓଡିଶା ଡଟ୍କମ୍

Exit mobile version