Site icon Odisha.com

ଉପକୂଳ ଓଡିଶାରେ କୁହୁଡିର ପ୍ରଭାବ, ଜନଜୀବନ ଅସ୍ତବ୍ୟସ୍ତ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃଆରୀ ୨(ଓଡିଶା ଡଟ୍ କମ୍)-ଶୀତ କମିଲା ବଢିଲା କୁହୁଡି । କୁହୁଡି ଯୋଗୁଁ କଲବଲ ହେଉଛନ୍ତି ଉପକୂଳ ବାସୀ । ରାଜଧାନୀର ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ରାଜ୍ୟର ଅଧିକାଂଶ ଅଞ୍ଚଳରେ ସକାଳ ୯ଟା ପର୍ଯ୍ୟନ୍ତ କୁହୁଡି କମୁନାହିଁ ।

କୁହୁଡି ଯୋଗୁଁ ଭୁବନେଶ୍ୱରରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ବିମାନସେବାରେ ମଧ୍ୟ ବାଧା ଉପୁଜିଛି । ଗତ ଦୁଇ ଦିନ ହେଲାଣି ରାଜ୍ୟର ଉପକୁଳ ଅଞ୍ଚଳର ସକାଳ କୁହୁଡିରେ ଆଛାଦିତ ହୋଇ ରହୁଛି । ଆଭ୍ୟନ୍ତରିଣ ଜିଲ୍ଲାରେ କୁହୁଡି ରହୁନି ସତ ଶୀତର ପ୍ରକୋପ ଏପର୍ଯ୍ୟନ୍ତ କମି ନାହିଁ ।

ଫୁଲବାଣୀ ଓ ସୁନ୍ଦରଗଡ଼ ଜିଲାକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ ସମସ୍ତ ଜିଲାରେ ସର୍ବନିମ୍ନ ତାପମାତ୍ରା ୧୦ଡ଼ିଗ୍ରୀ ସେଲସିୟସ ଉପରେ ରହିଛି । ଫୁଲବାଣୀରେ ରାତିର ସର୍ବନିମ୍ନ ତାପମାତ୍ରା ୬ଡ଼ିଗ୍ରୀ ଥିବାବେଳେ ଏହାର ଆଖପାଖ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୫ଡ଼ିଗ୍ରୀ ତଳେ ରହିଛି ।

ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଳ୍ପ କେତେକ ଅଞ୍ଚଳକୁ ବାଦଦେଲେ ରାଜ୍ୟର ବାକି ଅଞ୍ଚଳରେ ଶୀତ ପ୍ରକୋପ କମିବ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖାଦେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି ।

ଓଡିଶା ଡଟ୍ କମ୍

 

Exit mobile version