Site icon Odisha.com

ଓମଫେଡ ଦୁଗ୍ଧର ବର୍ଦ୍ଧିତ ଦର ଲାଗୁ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃଆରି ୫(ଓଡିଶା ଡଟ୍ କମ୍)-ଓମଫେଡ ଦୁଗ୍ଧର ବର୍ଦ୍ଧିତ ଦର ସୋମବାର ଠାରୁ କାର୍ଯ୍ୟକାରୀ ହୋଇଛି । ଏଣିକି ଟୋନଡ ଦୁଗ୍ଧ ଲିଟର ପିଛା ୨୮ ଓ ଡବଲ ଟୋନଡ ଦୁଗ୍ଧ ମୂଲ୍ୟ ୨୬ଟଙ୍କାରେ ବିକ୍ରି ହେବ ।

ଏଣିକି ଚାଷୀ ଲିଟର ପିଛା ୧୮ ଟଙ୍କା ୫୦ପଇସା ବଦଳରେ ୨୦ ଟଙ୍କା ୫୦ପଇସା ପାଇବେ । ରାଜ୍ୟର ୨ଲକ୍ଷ ୬୨ହଜାର ପଞ୍ଜୀକୃତ ଦୁଗ୍ଧଚାଷୀ ଏହାଦ୍ୱାରା ଉପକୃତ ହେବେ ବୋଲି ଜଣାପଡ଼ିଛି । ତେବେ ଓମଫେଡ ନିକଟରେ ବର୍ତମାନ ଗଚ୍ଛିତ ଥିବା ପୁରୁଣା ପଲିଥିନ ଶେଷ ହେବା ପର୍ଯ୍ୟନ୍ତ ଛପାଥିବା ଦର ପରିବର୍ତେ ନୂଆ ଦରରେ ଖାଉଟି ଦୁଗ୍ଧ କ୍ରୟ କରିବେ ।

ଦୁଗ୍ଧ ଚାଷୀଙ୍କୁ ଖୁସି କରିବାକୁ ଯାଇ ଗତ ୩୧ତାରିଖରେ ସରକାର ଓମଫେଡ ଦୁଗ୍ଧର ଲିଟର ପିଛା କ୍ରୟ ମୂଲ୍ୟରେ ସରକାର ୨ଟଙ୍କା ବୃଦ୍ଧି ଘୋଷଣା ସହ ଏହା ୪ତାରିଖରୁ ଲାଗୁ ହେବ ବୋଲି କରିଥିଲେ । ଫଳରେ ଖାଉଟିଙ୍କ ପାଇଁ ଦୁଗ୍ଧ ମୂଲ୍ୟ ୨ଟଙ୍କା ବୃଦ୍ଧି ଘଟିଛି । ଏହି ବର୍ଦ୍ଧିତ ମୂଲ୍ୟ ସିଧାସଳଖ ଦୁଗ୍ଧ ଚାଷୀଙ୍କୁ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା ।

ଓଡିଶା ଡଟ୍ କମ୍

Exit mobile version