Site icon Odisha.com

ଫେବୃଆରୀ ୧୮ରେ ଓଡ଼ିଶା ଆସିବେ ରାହୁଲ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୧୨ଫେବୃଆରୀ,(ଓଡ଼ିଶା ଡ଼ଟ୍ କମ୍)-ଏଆଇସିସିର ଉପ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରାହୁଲ ଗାନ୍ଧୀ ଚଳିତ ମାସ ୧୮ତାରିଖରେ ପ୍ରଥମ ଥର ପାଇଁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।

ସେ ୧୮ତାରିଖରେ ନୂଆଦିଲ୍ଲୀରୁ ବିମାନ ଯୋଗେ ଆସି ସମ୍ବଲପୁରରେ ପହଞ୍ଚିବେ । ସେଠାରେ ସେ ୧୬ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ ବ୍ଲକ୍ କଂଗ୍ରେସ କମିଟି ଗୁଡ଼ିକର ସଭାପତି ମାନଙ୍କ ସହ ଆଲୋଚନା କରିବେ ।

ସେହିଦିନ ରାହୁଲ ସମ୍ବଲପୁରରେ ରାତ୍ରୀଯାପନ କରିବେ । ପରଦିନ ସେ କଟକ ଆସିବେ । ସେଠାରେ ସେ ବାକି ୧୭ଟି କଂଗ୍ରେସ ସାଂଗଠନିକ ସଭାପତି, ଓ ବ୍ଲକ୍ କଂଗ୍ରେସ କମିଟି ର ସଭାପତିମାନଙ୍କ ସହ ଆଲୋଚନା କରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟନାୟକ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଗାନ୍ଧୀଙ୍କର ଏହି ଗସ୍ତ ସମୟରେ ସେ କୌଣସି ଜନସଭାକୁ ସମ୍ବୋଧିତ କରିବେ ନାହିଁ ।

ତେବେଏହି ବୈଠକ ମାନଙ୍କରେ କଂଗ୍ରେସର ସାଂଗଠନିକ ଦକ୍ଷତା ବୃଦ୍ଧି ଓ ଦଳୀୟ ବ୍ୟାପାରକୁ ନେଇ ଆଲୋଚନା ହେବ । ଗତ କିଛି ମାସ ମଧ୍ୟରେ ରାଜ୍ୟରେ କଂଗ୍ରେସ ଅଧିକ ସକ୍ରିୟ ହୋଇଥିବା ବେଳେ ରାହୁଲଙ୍କର ଏହି ଗସ୍ତକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version