ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,୧୨ଫେବୃଆରୀ,(ଓଡ଼ିଶା ଡ଼ଟ୍ କମ୍)ରାଜ୍ୟର ଚାରିହଜାର ଯୁବକ ସଂଘକୁ ପ୍ରତ୍ୟେକଙ୍କ ପାଇଁ ଦଶହଜାର ଟଙ୍କା ଲେଖାଏଁ ଅନୁଦାନ ଘୋଷଣା କରିବା ପରେ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ସରକାର ଅନୁରୂପ ଘୋଷଣା କରିଛନ୍ତି ।
ରାଜ୍ୟର ଏକଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୦୧୩-୨୦୧୪ ଆର୍ଥିକ ବର୍ଷରେ ପ୍ରତ୍ୟେକଙ୍କୁ ଦଶହଜାର ଟଙ୍କା ଲେଖାଏଁ ଅନୁଦାନ ଦିଆଯିବ ବୋଲି ସରକାର ସୋମବାର ଘୋଷଣା କରିଛନ୍ତି ।
ତେବେଏହି ଅନୁଦାନ ପାଇବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ତିନିବର୍ଷ ପୁରୁଣା ହୋଇଥିବ ଏବଂ ଗୋଷ୍ଠୀର ବ୍ୟାଙ୍କ ଖାତାରେ ପାଞ୍ଚହଜାର ଟଙ୍କା ଜମା ରହିଥିବ । ମହିଳା ଗୋଷ୍ଠୀଙ୍କୁ ଅଧିକ ଆତ୍ମନିର୍ଭରଶୀଳ କରିବା ଏହି ଅନୁଦାନର ଲକ୍ଷ ବୋଲି ମହିଳା ଓ ଶିଶୁବିକାଶ ବିଭାଗ ଦର୍ଶାଇଛି ।
ଏଠାରେ ଉଲେଖଯୋଗ୍ୟ ଯେ,ଚଳିତ ମାସ ପ୍ରଥମାର୍ଦ୍ଧରେ ଖେଳ ସାମଗ୍ରୀ କିଣିବା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଯୁବକ ସଂଘମାନଙ୍କ ପାଇଁ ସରକାର ଏହିଭଳି ଅନୁଦାନ ଘୋଷଣା କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
Leave a Reply