Site icon Odisha.com

ଦୁଇଦିନିଆ ଗସ୍ତରେ ଓଡ଼ିଶା ପହଞ୍ଚିଲେ ରାହୁଲ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର,୧୮ଫେବୃଆରୀ(ଓଡ଼ିଶା ଡ଼ଟ୍ କମ୍)-କଡ଼ା ସୁରକ୍ଷା ବଳୟ ମଧ୍ୟରେ କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରରେ ସୋମବାର ପହଞ୍ଚିଛନ୍ତି । ଏଆଇସିସିର ଉପ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଗାନ୍ଧୀଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ।

ଜମାଦାରପାଲି ଏୟାରଷ୍ଟ୍ରିପ୍ ରେ ଓ ଭାଲୁପାଲି ଠାରେ ଦଳର ବରିଷ୍ଠ ନେତୃବୃନ୍ଦ ଙ୍କ ସହ ହଜାର ହଜାର କର୍ମୀ ତାଙ୍କୁ ସ୍ୱାଗତ କରିଥିଲେ । ସମ୍ବଲପୁରରେ ଗାନ୍ଧୀ ୧୭ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ ବ୍ଲକ୍ କଂଗ୍ରେସ କମିଟି ଗୁଡ଼ିକର ସଭାପତି ମାନଙ୍କ ସହ ଆଲୋଚନା କରିବେ ।ଏହା ସହ ପଶ୍ଚିମ ଓଡ଼ିଶାର କଂଗ୍ରେସ ବିଧାୟକ ଏବଂ ସାଂସଦ ମାନଙ୍କ ସହ ମଧ୍ୟ ସେ ସାକ୍ଷାତ କରିବେ ।

ସୋମବାର ରାହୁଲ ସମ୍ବଲପୁରରେ ରାତ୍ରୀଯାପନ କରି ପରଦିନ କଟକ ଆସିବେ । ସେଠାରେ ସେ ବାକି କଂଗ୍ରେସ ସାଂଗଠନିକ ସଭାପତି, ଓ ବ୍ଲକ୍ କଂଗ୍ରେସ କମିଟି ର ସଭାପତିମାନଙ୍କ ସହ ଆଲୋଚନା କରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟନାୟକ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗାନ୍ଧୀଙ୍କର ଏହି ଗସ୍ତ ସମୟରେ ସେ କୌଣସି ଜନସଭାକୁ ସମ୍ବୋଦ୍ଧିତ କରିବେ ନାହିଁ ।

ଫଟୋ: ଅରବିନ୍ଦ ମହାପାତ୍ର

ତେବେଏହି ବୈଠକ ମାନଙ୍କରେ କଂଗ୍ରେସର ସାଂଗଠନିକ ଦକ୍ଷତା ବୃଦ୍ଧି ଓ ଦଳୀୟ ବ୍ୟାପାରକୁ ନେଇ ଆଲୋଚନା ହେବ । ଗତ କିଛି ମାସ ମଧ୍ୟରେ ରାଜ୍ୟରେ କଂଗ୍ରେସ ଅଧିକ ସକ୍ରିୟ ହୋଇଥିବା ବେଳେ ରାହୁଲଙ୍କର ଏହି ଗସ୍ତକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି ।

ଓଡ଼ିଶା ଡ଼ଟ୍ କମ୍

 

Exit mobile version