Site icon Odisha.com

ବାରଣସୀରେ ଓଡିଶା ସଂ।ସ୍କୃତିକ ମୂଲ୍ୟବୋଧର ପ୍ରଚାର କରୁଛି ଓଡିଆ ସଂଗଠନ

ବାରାଣସେୟ ଉତ୍କଳ ସମାଜ
ବାରାଣସେୟ ଉତ୍କଳ ସମାଜ

ଓଡିଶା ଡଟ କମ ସଂବାଦଦାତା

ବାରଣସୀ, ଜୁଲାଇ 12 (ଓଡିଶା ଡଟ କମ) ଓଡିଶା ସଂ।ସ୍କୃତିକ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ବାରଣସୀରେ ଏକ ଓଡିଆ ସଂଗଠନ ବିଭିନ୍ନ କାର୍ଯକ୍ରମ ପ୍ରତେକ ବର୍ଷ ଆୟୋଜନ କରିଆସୁଛି ।

ବାରାଣସେୟ ଉତ୍କଳ ସମାଜ ନାମକ ଏହି ସୀକୃତିପ୍ରାପ୍ତ ସାମାଜିକ ଓ ସଂସ୍କୃତିକ ଅନୁଷ୍ଠାନ ପ୍ରତେକ ବର୍ଷ ଗଣେଶ ପୂଜା, ସରସ୍ଵତୀ ପୂଜା ଓ ଉତ୍କଳ ଦିବସ ପାଳନ କରିବା ଅବସରରେ ଓଡିଆମାନକୁ ଏକାଠି କରିବାରେ ଅବସର ସୃଷ୍ଟି କରୁଥିବା ଏହାର ସାଧାରଣ ସମ୍ପାଦକ ଅମିୟ କୁମାର ସାମଲ ଓଡିଶା ଡଟ କମକୁ କହିଛନ୍ତି।

ଗତବର୍ଷଠାରୁ “ସ୍ଵାଗତ ନବାଗତ” ନାମକ ଏକ ନୂତନ କାର୍ଯକ୍ରମ ଆରମ୍ଭ କରିଛି ଯାହା ଦ୍ଵାରା ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ମଧ୍ୟରେ ଏକ ଉତ୍ତମ ବାତାବରଣ ତିଆରି କରିବାର ପ୍ରୟାସ କରାଯାଇଛି।ଚଳିତ ବର୍ଷ ଓଡିଆ ଭାଇଭଉଣୀମାନଙ୍କର ବିକାଶ ତଥା ଓଡିଆ ସଂସ୍କୃତିର ଉର୍ନତି ପାଇଁ ମଧ୍ୟ ଏହି ସଂଗଠନ ଅନେକ ଗୁଡିଏ ପଦକ୍ଷେପ ହାତକୁ ନେଇଛି।

ପ୍ରତେକବର୍ଷ ଜୁଲାଇ ମାସରେ କାଶୀ ହିନ୍ଦୁ ବିଶ୍ଵବିଦ୍ୟାଳୟରେ ନାମ ଲେଖାଇବା ପାଇଁ ବହୁତ ଛାତ୍ରଛାତ୍ରୀ ତାଙ୍କର ପରିବାର ସହିତ ଆସନ୍ତି। ସେମାନଙ୍କର ରହିବା ପାଇଁ ସୁବିଧାନଥିବାରୁ ସେମାନେ ବହୁତ ଅସୁବିଧାରେ ପଡିଥାନ୍ତି। ଏହି ଅସୁବିଧାକୁ ଦୃଷ୍ଟିରେ ରଖି, ଓଡିଆମାନଙ୍କର ସାମୟିକ ରହିବାର ସୁବିଧା କରେଇବାର ଯୋଜନା ରଖିଛି।

ଭାରତର ସାତଟି ପବିତ୍ରକ୍ଷେତ୍ର ମଧ୍ୟରୁ କାଶୀ ଅନ୍ୟତମ। ତେଣୁ ବାବା ବିଶ୍ଵନାଥଙ୍କର ମହିମାରେ ଆକର୍ଷିତହୋଇ ବହୁତ ଲୋକ ଓଡିଶାରୁ ପ୍ରତିବର୍ଷ ଏଠାକୁ ଆସନ୍ତି।ଏହାକୁ ଆଖିଆଗରେ ରଖି ବାରଣସେୟ ଉତ୍କଳ ସମାଜ ଓଡିଆ ଭକ୍ତମାନଙ୍କୁ ସାହାଯ୍ୟ କରିବା ଲାଗି ଏକ ମୋବାଇଲ ସହ।ୟତା କେନ୍ଦ୍ର ଆରମ୍ଭ କରିଛି । ଆଗ୍ରହୀ ଓଡିଆ ଭକ୍ତ ନିମ୍ନଲିଖିତ କାର୍ଯକର୍ତାଙ୍କ ସହ ଯୋଗାଯୋଗ କରିବାକୁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି ।

ଅମିୟ କୁମାର ସାମଲ-ସାଧାରଣସମ୍ପାଦକ, ଯୋଗାଯୋଗ-୯୫୮୦୨୭୦୨୦୯ ପ୍ରିୟବ୍ରତ ରାୟ-ସଭ୍ୟ,୦୮୭୨୬୯୪୯୦୯୨, ରାଜୀବ କୁମାର ଶତପଥୀ-ସଭ୍ୟ,୦୯୭୯୫୦୩୧୯୫୬, ଶ୍ରୀପତି ଅଭିରାମ ସାହୁ-ସହକାରୀ ସମ୍ପାଦକ,୦୮୮୦୮୧୧୩୬୯୭ ଓ  ମନୋଜ କୁମାର ସାହୁ- ସଭ୍ୟ,୮୦୯୩୩୩୦୩୧୬

ଓଡିଶା ଡଟ କମ

Exit mobile version