Site icon Odisha.com

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମନୁଭାଇ ପଟେଲଙ୍କ ପରଲୋକ

ବରୋଦା, ୨୭ ମାର୍ଚ (ଓଡିଶା ଡଟ କମ) ବିଶିଷ୍ଟ ଗାନ୍ଧୀବାଦୀ, ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ପୂର୍ବତନ ସାଂସଦ ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଡକ୍ଟର ମନୁଭାଇ ପଟେଲଙ୍କର ଶୁକ୍ରବାର ରାତି ୧୦ଟା ୧୭ ମିନିଟରେ ଦେହାନ୍ତ ହୋଇଯାଇଛି ।

ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ଗତ ୭ ଦିନ ଧରି ସେ ଗୁଜୁରାଟର ବରୋଦାସ୍ଥିତ ଏକ ଘରୋଇ ହସ୍‍ିଟାଲରେ ଚିକିତ୍ସିତ ହେଉଥିଲେ । ମୂତ୍ରାଶୟରେ ସଂକ୍ରମଣ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୧୯୨୦ ମସିହା ନଭେମ୍ବର ୧୧ ତାରିଖରେ ଗୁଜୁରାଟର ବରୋଦାରେ ଜନ୍ମଗ୍ରହଣ କରିଥିଲେ ।

ଛାତ୍ରଜୀବନରୁ ସେ ବିନୋବା ଭାବେଙ୍କ ଚିନ୍ତାଧାରାରେ ପ୍ରଭାବିତ ହୋଇ ୧୯୪୨ ମସିହା ଭାରତ ଛାଡ଼ ଆନେ୍ଦାଳନରେ ଯୋଗ ଦେଇଥିଲେ । ପ୍ରଥମ ଛଅ ମାସ ସେ ଆତ୍ମଗୋପନ
କରିଥିବାବେଳେ ପରେ ତାଙ୍କୁ ଇଂରେଜ ବିରୋଧରେ ସ୍ୱାଧୀନତା ସଂଗ୍ରାମ ପାଇଁ ୧୯୪୦ରୁ ୧୯୪୨ ପର୍ଯ୍ୟନ୍ତ ଜେଲ୍‍ରେ ରହିବାକୁ ପଡ଼ିଥିଲା । ୧୯୪୫ ମସିହାରେ ସେ ସୁରଟର ଆଇନ କଲେଜରେ ଯୋଗ ଦେଇଥିଲେ ।

୧୯୪୬ ମସିହାରେ ପାଠପଢ଼ା ଛାଡ଼ି ୧୦ ବର୍ଷ ପାଇଁ ଗୁଜୁରାଟ ରାଜ୍ୟ ସେବା ଦଳର ପୂର୍ଣ୍ଣକାଳୀନ କର୍ମୀ ଭାବେ କାର୍ଯ୍ୟ କରିଥିଲେ । ୧୯୫୬ ମସିହାରେ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ମହା ଗୁଜୁରାଟ ଆନେ୍ଦାଳନରେ ସେ ପିଏଚ୍‍ଡି ପାଠ୍ୟକ୍ରମ ଛାଡ଼ି ଯୋଗ ଦେଇଥିଲେ ।

୧୯୫୬ରୁ ୧୯୬୦ ମଧ୍ୟରେ ସେ ଅହମ୍ମଦାବାଦ ସହର କଂଗ୍ରେସର ସମ୍ପାଦକ ଭାବେ ମନୋନୀତ ହୋଇଥିଲେ । ୧୯୬୨ରେ ସଞ୍ଜୀବ ରେଡ୍ଡୀଙ୍କ ସଭାପତିତ୍ୱରେ ଗଠିତ ଅଖିଳ ଭାରତୀୟ କଂଗ୍ରେସ ଅଧିବେଶନର ଅଭ୍ୟର୍ଥନା କମିଟିର ସମ୍ପାଦକ କାର୍ଯ୍ୟ ତୁଲାଇଥିଲେ । ୧୯୬୨ ମସିହାରେ ସେ ଗୁଜରାଟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ତକ୍ରାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ଡ. ଜୀବରାୟ ମେହେଟ୍ଟାଙ୍କ ନେତୃତ୍ୱାଧୀନ ସରକାରରେ ଉପଶିକ୍ଷାମନ୍ତ୍ରୀ ଭାବେ ପଦଭାର ସମ୍ଭାଳିଥିଲେ । ତାଙ୍କ ସମୟରେ ଗୁଜୁରାଟ ଶିକ୍ଷା ବ୍ୟବସ୍ଥାରେ ବେଶ୍‍ ପରିବର୍ତ୍ତନ ଘଟିଥିଲା । ଏହାବ୍ୟତୀତ ପରିବହନ, ସାମାଜିକ କଲ୍ୟାଣ ଓ ପୁର୍ନବାସ ଓ ଥଇଥାନ ବିଭାଗର ଦାୟିତ୍ୱ ତୁଲାଇଥିଲେ ।

୧୯୬୭ରୁ ୧୯୭୧ ପର୍ଯ୍ୟନ୍ତ ଅବିଭାଜ୍ୟ କଂଗ୍ରେସର ଲୋକସଭା ସାଂସଦ ଭାବେ କାର୍ଯ୍ୟ କରିଥିଲେ । ୧୯୭୦ ମସିହାରୁ ୧୯୭୮ ମସିହା ପର୍ଯ୍ୟନ୍ତ ସେ ସେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଓ)ର ମହାସଚିବ ଭାବେ କାର୍ଯ୍ୟ କରିଥିଲେ ।

ପରେ ବରୋଦା ଜନତା ଦଳର ସଭାପତି ଭାବେ ପଦଭାର ସମ୍ଭାଳିଥିଲେ । ୧୯୫୬ ମସିହାରେ ଲୋକସେବକ ମଣ୍ଡଳର ତକ୍ରାଳୀନ ସଭାପତି ବଲବନ୍ତ ରାୟ ମେହେଟ୍ଟାଙ୍କ ସୁାରିଶ କ୍ରମେ ସେ ଲୋକସେବକ ମଣ୍ଡଳରେ ଯୋଗ ଦେଇଥିଲେ ।

ଲୋକସେବକ ମଣ୍ଡଳର ବିକାଶ ପାଇଁ ସେତେବେଳେ ଅହମ୍ମଦାବାଦରେ କାର୍ଯ୍ୟରତ ଏହି କେନ୍ଦ୍ରକୁ ବରୋଦାକୁ ସ୍ଥାନାନ୍ତର କରିବାରେ ତାଙ୍କର ଗୁରୁତ୍ୱୂର୍ଣ୍ଣ ଭୂମିକା ଥିଲା । ୧୯୬୮ ମସିହାରେ ସୋସାଇଟିର ଏକ ଛୋଟିଆ କୁଟୀରରେ ସେ ଅତ୍ୟନ୍ତ ନିରାଡ଼ମ୍ବର ଜୀବନଯାପନ କରିବା ସହ ଅନୁଷ୍ଠାନର ବିକାଶ ଦିଗରେ କାର୍ଯ୍ୟ କରୁଥିଲେ ।

୧୯୮୧ ମସିହାରେ ସେଠାରେ ସେ ଛୋଟ ଛୋଟ ପିଲାମାନଙ୍କ ପାଇଁ ଏକ ନର୍ସରୀ ସ୍କୁଲ ଆରମ୍ଭ କରିଥିଲେ । ୧୯୬୫ ମସିହାରେ ସେ ବରୋଦାର ଏକ ୭୦ ଏକର ଜମି ଉପରେ ଶ୍ରୀ ପଟେଲ ପ୍ରତିଷ୍ଠା କରିଥିଲେ ନେଚର କୁ୍ୟଅର (ଆୟୁର୍ବେଦିକ ପ୍ରତିଷ୍ଠାନ) ଓ ଯୋଗ କେନ୍ଦ୍ର ।

ଶିକ୍ଷା, ଚିକିତ୍ସା ଓ ଯୋଗ କ୍ଷେତ୍ରରେ ମନୁଭାଇଙ୍କର କାର୍ଯ୍ୟ ଲୋକସେବକ ମଣ୍ଡଳ ପାଇଁ ଥିଲା ଅତ୍ୟନ୍ତ ପ୍ରଶଂସନୀୟ । ୧୦୦ ଶଯ୍ୟା ବିଶିଷ୍ଟ ଏହି ହସ୍‍ପିଟାଲଟି ପ୍ରବାସୀ ଭାରତୀୟଙ୍କ ପାଇଁ ସେତେବେଳେ ଅତ୍ୟନ୍ତ ଲୋକପି୍ରୟ ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିବା ପଛରେ ଥିଲା ମନୁଭାଇଙ୍କ ନିରଳସ ସାଧନା ।

ପରେ ଏହା ଗୁଜୁରାଟ ଆୟୁର୍ବେଦିକ ବିଶ୍ୱବିଦ୍ୟାଳୟ ଅନୁବନ୍ଧନରେ ମୋରାରଜୀ ଦେଶାଇ ଡିଗ୍ରୀ ଯୋଗ କଲେଜ ଭାବେ କାର୍ଯ୍ୟ କରିଥିଲା । ୨୦୦୨ ଜୁଲାଇ ୨୭ ତାରିଖରେ ସେ ସର୍ବସମ୍ମତିକ୍ରମେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

୧୯୬୭ରୁ ୧୯୭୧ ପର୍ଯ୍ୟନ୍ତ ଲୋକସଭା ସାଂସଦ ରହିଥିବାବେଳେ ୧୯୭୮ରୁ ୧୯୮୪ ପର୍ଯ୍ୟନ୍ତ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ରାଜ୍ୟସଭାରେ ବିରୋଧୀଦଳ ଜନତାପାର୍ଟିର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ ତୁଲାଇଥିଲେ । ଜରୁରୀକାଳୀନ ପରିସ୍ଥିତିରେ ୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ସେ ଜେଲ୍‍ ଯାଇଥିଲେ ।

ଅନେକ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଛାତ୍ରଜୀବନରୁ ମନୁଭାଇଙ୍କ ସମ୍ପୃକ୍ତି ରହିଆସିଥିଲା । ଏତଦ୍‍ଭିନ୍ନ ବରୋଦା ବରିଷ୍ଠ ନାଗରିକ ସଙ୍ଗଠନର ପ୍ରତିଷ୍ଠାତା ସଭାପତି ଭାବେ ମନୁଭାଇଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ । ୨୦୧୩ ମାର୍ଚ୍ଚ ୬ ତାରିଖରେ ତାଙ୍କୁ ତିରୁତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ତରଫରୁ ଡିଲିଟ୍‍ ଉପାଧି ପ୍ରଦାନ କରାଯାଇଥିଲା ।

କିଛି ବର୍ଷ ତଳୁ ମନୁଭାଇଙ୍କ ପତ୍ନୀଙ୍କ ବିୟୋଗ ଘଟିଥିବାବେଳେ ଏବେ ତାଙ୍କର ୩ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ପୁଅ ଓ ଜଣେ ଝିଅ ଆମେରିକାରେ ଥିବାବେଳେ ଅନ୍ୟତମ ଝିଅ ନିମିଷାବେନ୍‍ ପଟେଲ ସମ୍ପ୍ରତି ମଣ୍ଡଳର ଆଜୀବନ ସଭ୍ୟ ଭାବେ କାର୍ଯ୍ୟରତ ।

ଓଡିଶା ଡଟ କମ

Exit mobile version