Site icon Odisha.com

ବର୍ଦ୍ଧିତ କୃଷି ବିଦ୍ୟୁତ ଶୁକ୍ଲ ପ୍ରତ୍ୟାହାର ପାଇଁ ଆବେଦନ କରିବେ ସରକାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ମାର୍ଚ୍ଚ୩୦(ଓଡ଼ିଶା ଡ଼ଟ୍ କମ୍)କୃଷି କ୍ଷେତ୍ର ପାଇଁ ବର୍ଦ୍ଧିତ ବିଦ୍ୟୁତ ଶୂକ୍ଲ ପ୍ରତ୍ୟାହାର ରାଜ୍ୟ ସରକାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ନିକଟରେ ରିଭ୍ୟୁ ପିଟିସନ୍ ଦାଖଲ କରିବେ ବୋଲି ସୋମବାର ଘୋଷଣା କରିଛନ୍ତି ।

ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ କୃଷକମାନଙ୍କ ସ୍ଵାର୍ଥକୁ ଦୃଷ୍ଟି ରେ ରଖି ଓ.ଇ.ଆର୍.ସି.ଙ୍କୁ ଏହି ପିଟିସନ୍ ଦାଖଲ କରିବେ ।

ଓ.ଇ.ଆର୍.ସି. ଏହି ପିଟିସନକୁ ବିଚାରକୁ ନେଇ ପଦକ୍ଷେପ ନେବେ ବୋଲି ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ମହାନ୍ତି କହିଛନ୍ତି । ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ ବିରୋଧ କରି ଗତ କେତେଦିନ ଧରି ବିରୋଧୀ ଦଳ ଗୃହ କାର୍ଯ୍ୟ ଅଚଳକରି ରଖିଥିଲେ । ସରକାରଙ୍କ ଏହି ଘୋଷଣା ପରେ ଗୃହ କାର୍ଯ୍ୟ ସ୍ଵାଭାବିକ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version