Site icon Odisha.com

ରାଉରକେଲାରେ ପିତାଙ୍କୁ ମନେ ପକେଇଲେ ନବୀନ

ରାଉରକେଲା, ଏପ୍ରିଲ ୧ (ଓଡିଶା ଡଟକମ) ରାଉରକେଲା ଷ୍ଟିଲ ପ୍ଳାଣ୍ଟର ଆଧୁନିକିକରଣ ଓ ବିସ୍ତାର କରାଯାଇଥିବା ଇଉନିଟର ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବୁଧବାର ତାଙ୍କ ସ୍ଵର୍ଗୀୟ ପିତା ବିଜୁ ପଟନାୟକଙ୍କୁ ସ୍ମରଣ କରିଛନ୍ତି ।

“ରାଉରକେଲାକୁ ଆସିଲେ ବିଜୁ ବାବୁଙ୍କ କଥା ମନକୁ ଆସିଥାଏ । ମୁଁ ସେତେବେଳେ ବହୁତ ସାନ ଥିଲି । ବିଜୁ ବାବୁ ସବୁବେଳେ ରାଉରକେଲା ବିଷୟରେ ଡ଼ିସକସନ କରୁଥିଲେ” ପଟନାୟକ ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ କୁ ଉଦବୋଧନ ଦେଇ କହିଛନ୍ତି।

ରାଉରକେଲାକୁ ଏକ ନଲେଜ ଓ ଟେକନୋଲୋଜି ସହର ଭାବେ ଗଢି ତୋଳିବା ପାଇଁ ତାଙ୍କର ଝୁଙ୍କ୍ ଥିଲା ଏବଂ ଏଥିପାଇଁ ସେ ବହୁତ ପରିଶ୍ରମ କରିଥିଲେ । ରାଉରକେଲା ଜରିଆରେ ସେ ଏକ ଶିଳ୍ପାଞ୍ଚଳ ଓ ଜ୍ଞାନ ବିପ୍ଲବ ଆଣିବାପାଇଁ ଉଦ୍ୟମ କରିଯାଇଛନ୍ତି, ପଟନାୟକ ନିଜ ଅଭିଭାଷଣରେ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ ରାଉରକେଲାରେ ଆଜି ବିପିୟୁଟି କାମ କରୁଛି । ଏଠାରେ ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ର ଦ୍ଵିତୀୟ କ୍ୟାମପସ ପ୍ରତିଷ୍ଠା ହେବାକୁ ଯାଉଛି । ଏଠାରେ ମ୍ୟୁନିସିପାଲ କର୍ପୋରେସନ ଓ ପୋଲିସ କମିଶନରେଟ୍‌ ମଧ୍ୟ ପ୍ରତିଷ୍ଠା କରାଯାଉଛି । ଏକ ଆଧୁନିକ ଶିଳ୍ପ ଓ ଶିକ୍ଷା ହବ ଭାବରେ ରାଉରକେଲାର ଗୌରବକୁ ଆହୁରି ଆଗକୁ ନେବା ପାଇଁ ମୋ ସରକାର ତାର ଉଦ୍ୟମ ଜାରି ରଖିବ ବୋଲି ସେ କହିଥିଲେ ।

ଆଜି ଦେଶର ଷ୍ଟିଲ୍ ମ୍ୟାପ୍‌ ରେ ଓଡିଶାର ଗୁରୁତ୍ବ ବଢିଛି । ଷ୍ଟିଲ ସହିତ ଆଲୁମିନିୟମ, ପାୱାର, ପେଟ୍ରୋ କେମିକାଲ ଆଦି ଅନେକ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ହେଉଛି । ଆଗାମୀ କିଛି ବର୍ଷ ମଧ୍ୟରେ ଶିଳ୍ପ କ୍ଷେତ୍ରରେ ଓଡିଶା ଦେଶର ସବୁଠାରୁ ଆଗୁଆ ରାଜ୍ୟ ହୋଇପାରିବ ବୋଲି ମୋର ଆଶା ।

୫ ମାର୍ଚ 1916 ଜନ୍ମ ଗ୍ରହଣ କରି ୧୭ ଏପ୍ରିଲରେ ପରଲୋକ ଗମନ କରିଥିବା ବିଜୁ ବାବୁ ଦେଶର ଜଣେ ପ୍ରମୁଖ ରାଜନୈତିକ ନେତା ଭାବେ ନିଜକୁ ପ୍ରତିଷ୍ଠିତ କରିବା ସହ ଦୁଇଥର ଓଡିଶାର ମୁଖ୍ୟମନ୍ତ୍ରୀ ରହିଥିଲେ । ବର୍ତମାନ ଆରଏ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କର କନିଷ୍ଠ ସନ୍ତାନ ।

ଓଡିଶା ଡଟକମ

Exit mobile version