Site icon Odisha.com

କୋଇଲା ଦୂର୍ନୀତି: ନବୀନଙ୍କୁ ଅନ୍ତର୍ଭୂକ୍ତ କରିବା ପାଇଁ ମାମଲା

ନୂଆଦିଲ୍ଲୀ, ଏପ୍ରିଲ ୨ (ଓଡିଶା ଡଟକମ) ବହୁ ଚର୍ଚିତ ତଲାବିରା କୋଇଲା ଖଣି ଦୁର୍ନୀତିରେ ନବୀନ ପଟନାୟକଙ୍କୁ ଏକ ଅଭିଯୁକ୍ତ ଭାବେ ଅନ୍ତର୍ଭୂକ୍ତ କରିବାକୁ ଦାବିକରି ଜଣେ ବ୍ୟକ୍ତି ସୁପ୍ରିମ କୋର୍ଟରେ ଏକ ଜନସ୍ଵାର୍ଥ ମାମଲା ରୁଜୁ କରିଛନ୍ତି ।

ଆବେଦନକାରୀ ପୂର୍ଣଚନ୍ଦ୍ର ସାହୁ ନିଜ ଆବେଦନ ରେ ଦର୍ଶାଇଛନ୍ତି ଯେ ପଟନାୟକ ହିଣ୍ଡ।ଲକୋ ସପକ୍ଷରେ ଅନଗୁଳରେ ଥିବା ଏହି ଖଣି ସୁପାରିଶ କରି ଉକ୍ତ କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି ।

ଯେହେତୁ ଏହି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିରୁଦ୍ଧରେ ମକଦ୍ଦମା ଦାୟର କରାଯାଇଛି ପଟନାୟକଙ୍କ ବିରୁଦ୍ଧରେ ମଧ୍ୟ ସିବିଆଇ ଅନୁରୂପ ମାମଲା ଦାୟର କରିବାର ଆବଶ୍ୟକତା  ରହିଛି ବୋଲି ସେ ଦର୍ଶାଇଛନ୍ତି । ଏହି ଖଣି ପାଇଁ ସୁପାରିଶ କରିଥିବାରୁ ପଟନାୟକ ମଧ୍ୟ ଏହି ମାମଲାରେ ସମଭାବରେ ଦାୟୀ , ସେ ଦର୍ଶାଇଛନ୍ତି।

ଏହି ଆବେଦନ ଗ୍ରହଣଯୋଗ୍ୟ ହେବକି ନାହି ସେ ସମ୍ପର୍କରେ ଶୁଣାଣି କରିବାକୁ ଆସନ୍ତା ସୋମବାରକୁ କୋର୍ଟ ତିଥି ସ୍ଥିର କରିଥିବା ସାହୁଙ୍କ ଓକିଲ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟଯେ ଅଗଷ୍ଟ ୨୦୦୫ ରେ ପଟନାୟକ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଚିଠିଲେଖି ତଲାବିରା-୨ କୋଇଲା ଖଣି ହିଣ୍ଡ।ଲକୋକୁ ଦିଆଯିବା ପାଇଁ ପୁନର୍ବିଚାର କରିବାପାଇଁ କହିଥିଲେ ।

ଓଡିଶା ଡଟକମ

Exit mobile version