Site icon Odisha.com

୧୧ ସହରରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଏପ୍ରିଲ୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ୧୧ଟି ସହରରେ ଶୁକ୍ରବାର ତାପମାତ୍ରା ୪୦ଡ଼ିଗ୍ରୀ ଅତିକ୍ରମ କରିଛି ।

ପାଣିପାଗ ବିଭାଗର ସୁଚନା ଅନୁସାରେ ଆଭ୍ୟନ୍ତରୀଣ ଓ ପଶ୍ଛିମ ଓଡ଼ିଶାରେ ତାପମାତ୍ରା ସ୍ଵାଭାବିକ ଠାରୁ ୨ରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଅନୁଗୁଳ ରେ ସର୍ବାଧିକ ୪୨.୧ ଡ଼ିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ,ତାଳଚେର ରେ ୪୨ଡ଼ିଗ୍ରୀ,ଟିଟିଲାଗଡ ରେ ୪୧ଡ଼ିଗ୍ରୀ ,ଝାରସୁଗୁଡ଼ାର ୪୧,ସମ୍ବଲପୁରରେ ୪୦.୫,ବାରିପଦାରେ ୪୦.୬,ଚାନ୍ଦବାଲିରେ ୪୦.୫ ଓ ଢେଙ୍କାନାଳରେ ୪୦.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୯.୮ ରେକର୍ଡ଼ କରାଯାଇଛି । ଭୀଷଣ ଖରା ସାଙ୍ଗ କୁ ଶୁକ୍ରବାର ସାରା ର।ଜ୍ୟ ର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ପାଣିପାଗ ବିଭାଗ ସୁଚନା ଅନୁସାରେ ଶନିବାର ଭୁବନେଶ୍ୱରରେ ଅପରାହ୍ଣରେ ପାଗ ମେଘୁଆ ରହିବା ସହ ବର୍ଷା ହୋଇପାରେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version