Site icon Odisha.com

ଜମି ଅଧ୍ୟାଦେଶକୁ ବିରୋଧ କର, ବିଜେଡିକୁ କହିଲେ ରମେଶ

ଭୁବନେଶ୍ଵର, ଏପ୍ରିଲ ୬ (ଓଡିଶା ଡଟ କମ) ସଂଶୋଧିତ ଜମି ଅଧିଗ୍ରହଣ ଅଧ୍ୟାଦେଶକୁ ଚାଷୀ ବିରୋଧୀ ଦର୍ଶାଇ ରାଜ୍ୟସଭାରେ ଏହାର ବିରୋଧ କରିବାକୁ ପୂର୍ବତନ ପରିବେଶ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓଡିଶାର ଶାସକ ବିଜୁ ଜନତା ଦଳକୁ ଆହ୍ଵାନ ଦେଇଛନ୍ତି ।

ଯଦି ବିଜେଡି କୃଷକ ଓ ଆଦିବାସୀଙ୍କ ସ୍ଵାର୍ଥ ରକ୍ଷା ସପକ୍ଷରେ ତେବେ ସେ ଏହି ଅଧ୍ୟାଦେଶର ନିଶ୍ଚିତ ବିରୋଧ କରିବା ଉଚିତ, ଭୁବନେଶ୍ଵରରେ ଏକ ସାମ୍ବାଦିକ ସମ୍ମିଳନୀରେ ରମେଶ କହିଛନ୍ତି। ଲୋକସଭାରେ ବିଜେଡ଼ିର ଅଧ୍ୟାଦେଶ ପ୍ରତି ମନୋଭାବକୁ ଉଲ୍ଲେଖକରି ସେ ଉଭୟ ପାର୍ଟି ମଧ୍ୟରେ ଗୋପନ ବୁଝ।ମଣ। ହୋଇଥିବା ଅଭିଯୋଗ କରିଥିଲେ।

ବିଜେଡି ଓ ବିଜେପିକୁ ଗୋଟିଏ ମୁଦ୍ରାର ଏ ପାଖ ଓ ସେପାଖ ଦର୍ଶାଇ ପୂର୍ବତନ ମନ୍ତ୍ରୀ କହିଥିଲେ ଦୁଇ ପାର୍ଟି ମଧ୍ୟରେ ଥିବା ବୁଝାମଣା ଆଉ ଗୋପନ ହୋଇ ରହିନି । ପରସ୍ପରକୁ ସାହାଯ୍ୟ କରିବା ପାଇଁ ଦୁଇ ଦଳ ମଧ୍ୟରେ ବୁଝାମଣା ହୋଇ ଥାଇପାରେ ।

ଚିଟଫଣ୍ଡ ଦୁର୍ନୀତିରେ ନିଜକୁ ବଞ୍ଚାଇବା ପାଇଁ ବିଜେଡି ବିଜେପିର ଖଣି ବିଲ ଓ ଜମି ଅଧ୍ୟାଦେଶକୁ ସମର୍ଥନ କରୁଥାଇପାରେ, ସେ କହିଛନ୍ତି। ବର୍ତମାନ ନବୀନ ପଟନାୟକଙ୍କ ପାଖରେ କୃଷକ ବିରୋଧୀ ଓ ଗଣତନ୍ତ୍ର ବିରୋଧୀ ଅଧ୍ୟାଦେଶକୁ ବିରୋଧ କରିବାର ସୁଯୋଗ ରହିଛି।

ମୁଖମନ୍ତ୍ରୀ ପଟନାୟକ ନିଜକୁ ଚାଷୀଙ୍କ ସ୍ଵାର୍ଥପାଇଁ କାର୍ଯ୍ୟକରୁଥିବା ଦାବି କରୁଥିବାବେଳେ  ବାସ୍ତବରେ ଏ ସମ୍ପର୍କରେ ସେ କେତେ ଗମ୍ଭୀର ତାହା ପ୍ରଦର୍ଶିତ କରିବାର ସମୟ ଆସିଛି, ରମେଶ କହିଥିଲେ।

ଓଡିଶା ଡଟ କମ

Exit mobile version