Site icon Odisha.com

ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କଟକଣାକୁ ନେଇ ପ୍ରଶାସନ, କର୍ମକର୍ତ୍ତା ମୁହାଁମୁହିଁ

ଓଡିଶା ଡଟ କମ ସଂବାଦଦାତା

ସମ୍ବଲପୁର, ଏପ୍ରିଲ ୧୦ (ଓଡିଶା ଡଟକମ) ଚାରିଦିନ ପରେ ହେବାକୁ ଥିବା ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ଉପରେ କଟକଣାକୁ କେନ୍ଦ୍ର କରି ସମ୍ବଲପୁର ସହରରେ ଜିଲା ପ୍ରଶାସନ ଓ ଜୟନ୍ତୀର କର୍ମକର୍ତ୍ତା ମାନେ ମୁହାଁମୁହିଁ ହୋଇଛନ୍ତି ।

ଗୋଟିଏ ପଟେ ଜୟନ୍ତୀ ଆୟୋଜକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିବା ଜିଦରେ ଅଟଳ ଥିବା ବେଳେ ପ୍ରଶାସନ ସେମାନଙ୍କୁ ଅନୁମତି ଦେବା ପାଇଁ ସ୍ପଷ୍ଟ ମନା କରିଦେଇଛି ।

ବିଚାର ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାପାଇଁ ପ୍ରଶାସନ ତରଫରୁ ଜୟନ୍ତୀ ଆୟୋଜକଙ୍କ ସହ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ତେବେ ଦୁଇ ପକ୍ଷ ପରସ୍ପର ଜିଦରେ କାଏମ ରହିବାରୁ ଏହା ବିଫଳ ହୋଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଧାର୍ମିକ କାର୍ଯ୍ୟକ୍ରମ ମାନଙ୍କରେ ଶାନ୍ତି ଭଙ୍ଗ ଆଶଙ୍କା କରି ଭାରତୀୟ ପିଙ୍ଗଳକୋଡ ଧାରା ୧୪୪-ଏ ଅନୁସାରେ ପ୍ରଶାସନ ସହରରେ ନିକଟରେ ଏହି କଟକଣା ଜାରି କରିଛି ।

ଏହି କଟକଣା ତିନିମାସ ପର୍ଯ୍ୟନ୍ତ ବଳବତ୍ତର ରହିବା ଓ ପରେ ଏହାର ଅବଧିକୁ ବଢାଯିବ ବୋଲି ଜିଲ୍ଲା ପୁଲିସ ମୁଖ୍ୟ ଅଖିଳେଶ୍ଵର ସିଂହ କହିଛନ୍ତି ।

ସମ୍ବଲପୁର ସହରରେ ଅତୀତରେ ଧାର୍ମିକ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ଧାରଣକୁ କେନ୍ଦ୍ର କରି ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଥିବାରୁ ଏହି କଟକଣା ଜାରି କରାଯାଇଥିବା ସେ କହିଛନ୍ତି ।

“ତେବେ ସହରରେ ଶୋଭାଯାତ୍ରା ପାଇଁ ସ୍ଵାଭାବିକ ଅନୁମତି ଦିଆଯାଉଛି । ଶୋଭାଯାତ୍ରା ଉପରେ କୌଣସି ବାରଣ କରାଯାଇନାହିଁ “, ସେ କହିଛନ୍ତି ।

ଅନ୍ୟ ପକ୍ଷରେ ଜୟନ୍ତୀ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି ଯେ ତାଙ୍କସହ ଆଲୋଚନା ନ କରି ପ୍ରଶାସନ ଏକ ଚାଟିଆ ଭାବେ ଏହି ପଦକ୍ଷେପ ନେଇଛି ।

ଓଡିଶା ଡଟ କମ

Exit mobile version